Monday, November 16, 2026
Home ଆଞ୍ଚଳିକ କର୍କଟ ଆକ୍ରାନ୍ତ ଅରୁପାନନ୍ଦଙ୍କ ଚିକିତ୍ସାରେ ବାଧକ ସାଜିଛି ଅର୍ଥ

କର୍କଟ ଆକ୍ରାନ୍ତ ଅରୁପାନନ୍ଦଙ୍କ ଚିକିତ୍ସାରେ ବାଧକ ସାଜିଛି ଅର୍ଥ

26

ଜଟଣୀ,୬/୦୪(ଜିଲ୍ଲା ଖଵର) : ଜଟଣୀ ପୈାରାଚଂଳ ଅଧିନସ୍ଥ ୱାର୍ଡନଂ ୧୦ରେ ରହୁଥିବା ଜଣେ ଶ୍ରମିକ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଚିକିତ୍ସାରେ ବାଧକ ସାଜିଛି ଅର୍ଥ । ଏଣେ ସରକାରୀ ଚିକିତ୍ସାଲାଗି ଯାଇଥିବା ବେଳେ ଡାକ୍ତର ତାଙ୍କୁ ଏକମାସ ଅପେକ୍ଷାପରେ ଚିକିତ୍ସା ପର୍ଯ୍ୟାୟ ଆରମ୍ଭ ହେବ ବୋଲି କହୁଛନ୍ତି । ଅନ୍ୟପଟେ କର୍କଟ ରୋଗଟି ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ବେସରକାରୀ ଚିକିତ୍ସାଲାଗି ୨ରୁ ୩ଲକ୍ଷ ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଥିବାରୁ ଅର୍ଥାଭାବରୁ ଚିକିତ୍ସା ଅବହେଳାରେ ଘରେ ବସିଥିବା କହିଛନ୍ତି ଅରୁପାନନ୍ଦଙ୍କ ପରିବାର ଲୋକେ । ସୁଚନାନୁସାରେ, ଜଟଣୀ ପୈାରାଚଂଳ ଅଧିନସ୍ଥ ୱାର୍ଡ ନଂ ୧୦ ପାଇକରାୟପୁରରେ ଦିର୍ଘଦିନଧରି ଏକ ସରକାରୀ ଜମିରେ ଅସହାୟ ତଥା ଶ୍ରମିକ ଶ୍ରେଣୀୟ ଅରୁପାନନ୍ଦ ନାୟକ ଓ ତାଙ୍କ ପରିବାର ରହିଆସୁଛନ୍ତି । ଏଠାରେ ରହି ରାଜମିସ୍ତ୍ରୀଭାବେ କାମକରି ପରିବାର ପ୍ରତିପୋଷଣ କରିଥାନ୍ତି । ଗତ ୪ମାସ ପୁର୍ବେ ଅରୁପାନନ୍ଦଙ୍କ ବେକରେ ଏକ ଛୋଟ ଘା ସୃଷ୍ଟି ହୋଇଥିଲା । ପ୍ରାଥମିକ ଚିକିତ୍ସାରମ୍ଭ କରାଯାଇଥିଲେ ମଧ୍ୟ ଘା’ ଟି ବଢିବାରେ ଲାଗିଲା । ଏନେଇ ଗତ ଫେବୃୟାରୀ ମାସରେ ଅରୁପାନନ୍ଦ ଭୂବନେଶ୍ୱର ଏମ୍ସ ହସ୍ପିଟାଲରେ ବାଇଓପସି କରିଥିଲେ । ଏମ୍ସ ପକ୍ଷରୁ ଉକ୍ତ ଘା’ଟି କର୍କଟରେ ପରିଣତ ହୋଇଥିବା କୁହାଯାଇଥିଲା । ତେଣୁ ଅରୁପାନନ୍ଦ ଏହି ରୋଗର ଯଥାଶିଘ୍ର ଚିକିତ୍ସାରମ୍ଭ କରିବାଲାଗି ଡାକ୍ତର ସୁଚନା ଦେଇଥିଲେ । ଏହି ରୋଗର ଚିକିତ୍ସାପାଇଁ ଅରୁପାନନ୍ଦ କର୍କଟ ସ୍ୱତନ୍ତ୍ର ଚିକିତ୍ସକଙ୍କ ନିକଟକୁ ଯାଇଥିଲେ । ମାତ୍ର ଏଥିରେ ୨ରୁ ୩ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ । ତେଣୁ ନିରାଶ ହୋଇ ପୁଣି ଏମ୍ସ ହସ୍ପିଟାଲକୁ ଯାଇଥିଲେ । ଡାକ୍ତର ଅରୁପାନନ୍ଦଙ୍କୁ ୨ମାସପରେ ଚିକିତ୍ସା ଆରମ୍ଭ ହେବ ବୋଲି କହିଥିଲେ । ଯଦି ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଏ ତେବେ ଶିଘ୍ର ହୋଇଯିବ ବୋଲି କହିଥିଲେ । ଅନ୍ୟପଟେ ଏହି ରୋଗଟି କାଳକ୍ରମେ ବଢିବା ସହିତ କଷ୍ଟ ବଢିବାରେ ଲାଗିଛି । ପରିବାରରେ ୧୬ ବର୍ଷର ଝିଅଟିଏ ରହିଥିବା ବେଳେ ୧୮ବର୍ଷର ପୁଅଟି ରହିଛି । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହେଉଛନ୍ତି ଅରୁପାନନ୍ଦ । ତେଣୁ ଅର୍ଥାଭାବକୁ ନେଇ ପରିବାରରେ ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ କିଛିଦିନ ହେଲାଣି, ରୋଗ ବଢିବା କାରଣରୁ ଅରୁପାନନ୍ଦ କର୍ମକ୍ଷେତ୍ରକୁ ଯାଇପାରୁ ନାହାନ୍ତି । ଫଳରେ ପରିବାରରେ ଅଭାବ ଅନଟନ ଦେଖାଦେଲାଣି ବୋଲି ପରିବାର ପକ୍ଷରୁ କୁହାଯାଇଛି । ତେଣୁ ଅରୁପାନନ୍ଦଙ୍କ ଚିକିତ୍ସାଲାଗି ସରକାରୀସ୍ତରରୁ ସହାୟତା ପ୍ରଦାନ କରିବାକୁ ଜଟଣୀ ଜନଧିକାର ସଂଘ ଓଡିଶା ଶାଖାର ସଭାପତି ବାସୁଦେବ ସେଠୀ ଓ ହବିବୁର ରେହେମାନ ପ୍ରମୁଖ ଦାବି କରିଛନ୍ତି ।

ରୀପୋର୍ଟ,ସଞ୍ଜୀବ କୁମାର