
ବିଷମକଟକ,୫/୦୪(ଜିଲ୍ଲା ଖଵର) : ହାଟମୁନିଗୁଡା। ,,,,,, ରାୟଗଡ଼ା ଜିଲ୍ଲା ବିଷମକଟକ ବ୍କକ୍ ଅନ୍ତର୍ଗତ ଡାଲିଆକୁଜି ପଚାୟତର ଗ ଇଲ କୋଣା ଗ୍ରାମରେ ପାଣି ପମ୍ପ 20 ବର୍ଷ ହେଲା ଣି ଅଚଳାବସ୍ଥା ରେ ପଡି ରହିଛି। ସରକାର ଙ୍କ ପ୍ରତି ଗ୍ରାମରେ ପାଣି ଯୋଗାଇ ଦେବାପାଇଁ ଡିମ୍ ଡିମ ପିଟୁ ଥିବା ବେଳେ ଏଣେ ଲୋକମାନେ ପାଣି ପାଇ ଟହଳ ବିକଳ ହେଉଥିବା ଆମ ନଜର କୁ ଆସିଛି।2001 ମସିହାରେ ନିର୍ମାଣ କରାଯାଇଥିଲା ଏହି ପାଣି ପମ୍ପ ଟି । ହୋଲେ କାର୍ଯ୍ୟ କାରି ହୋଇ ଦୁଇ ରୁ ତିନି ଦିନ ଗ ଇଲ କୋଣା ଗ୍ରାମକୁ ପାଣି ଯୋଗାଇ ଦିଆ ଯାଇଥିଲା। ବର୍ତ୍ତମାନ 20 ବର୍ଷ ହେଲାଣି ପାଣି ପାରୁ ନାହାଁନ୍ତି। ଏହି ବିଷୟରେ ଏପ୍ରିଲ ୧ ତାରିଖ ରେ ଆମ ଜିଲ୍ଲା ଖବର ରେ ଖବର ପ୍ରଶାରଣ ହେବାପରେ ଏବେ ସେହି ଗ ଇଲ କୋଣା ପମ୍ପ ହାଉସ୍ ମରାମତି କରିବା ପାଇଁ ଜିଲ୍ଲା ପ୍ରଶାସନ ଏବେ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। 20 ବର୍ଷ ମଧ୍ୟରେ 4 ଜଣ ବିଡ଼ିଓ ଙ୍କୁ ଗ୍ରାମ ବାସୀ ଲିଖିତ ଅଭିଯୋଗ କରିଥିଲେ। ହେଲେ ମଧ୍ୟ କୈଣସି ସୁଫଳ ମିଳିପାରି ନଥିଲା।ଏବେ ବର୍ତ୍ତମାନ ର ବିଡ଼ିଓ ଙ୍କୁ ମଧ୍ୟ ବହୁ ବାର ଜଣାଇ ଥିଲେ। ହେଲେ କୈଣସି ସୁଫଳ ମିଳି ପାରି ଲା ନାହିଁ।ଗ୍ରାମରେ ମୋଟ 3 ଶହ ପରିବାର ଲୋକ ବସବାସ କରନ୍ତି। ହେଲେ ଟିଉବଲ ମାତ୍ର ତିନୋଟି।ହେଲେ ବହୁ ସମୟରେ ଗୋଳିଆ ପାଣି ବାହାରୁଛି। ଏନେଈ ଆମେ ବିଷମକଟକ RWSS ଏସ୍ ଡିଓ ଙ୍କୁ ଯୋଗା ଯୋଗ କରିବାପରେ ସେ କହିଥିଲେ ଯେ ମୁଁ ବର୍ତ୍ତମାନ ଏହି ବିଷୟରେ କିଛି ଜାଣି ନାହିଁ ।ମୁ ବର୍ତ୍ତମାନ ଏବେ ନୁଆ ରେ ଆସିଛି। ଗ ଇଲ କୋଣା ପାଣି ପମ୍ପ ବିଷୟରେ ମ ଅନୁଧ୍ୟାନ କରି ବି ବୋଲି ସୂଚନା ଦେଇଛନ୍ତି ଏସ୍ ଡିଓ। ବର୍ତ୍ତମାନ ଜିଲ୍ଲା ଖବରେ ପ୍ରଥମେ ଖବର ପ୍ରଶାରଣ ହେବା ପରେ ଆଜି ଗ ଇଲ କୋଣା ପମ୍ପ ହାଉସ୍ ମରାମତି କାର୍ଯ୍ୟ ଆରମ୍ଭ କରାଯାଇ ଥିବା ଦେଖି ବାକୁ ମିଳିଛି।
ରିପୋର୍ଟ, ପ୍ରସନ କୁମାର ପଣ୍ଡା


