Wednesday, October 14, 2026
Home ଆଞ୍ଚଳିକ ବର୍ଦ୍ଧିତ ବିଜୁଳି ଦର ବିରୁଦ୍ଧରେ ସୁନ୍ଦରଗଡ଼ କଂଗ୍ରେସ୍ ର ବିକ୍ଷୋଭ

ବର୍ଦ୍ଧିତ ବିଜୁଳି ଦର ବିରୁଦ୍ଧରେ ସୁନ୍ଦରଗଡ଼ କଂଗ୍ରେସ୍ ର ବିକ୍ଷୋଭ

66

ସୁନ୍ଦରଗଡ,୫/୦୪(ଜିଲ୍ଲା ଖଵର) : କୋଭିଡ୍ ମହାମାରୀ ଯୋଗୁଁ ରାଜ୍ୟବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବାବେଳେ ରାଜ୍ୟ ସରକାରଙ୍କ ବିଦ୍ୟୁତ୍ ଦର ବୃଦ୍ଧି ନିଷ୍ପତ୍ତି ବିରୁଦ୍ଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ ଙ୍କ ଆହ୍ଵାନରେ ଆଜି ସୁନ୍ଦରଗଡ଼ ଜିଲ୍ଲା କଂଗେସ କମିଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ସରକାରଙ୍କ ଏହି ଜନବିରୋଧୀ ପଦକ୍ଷେପ ରାଜ୍ୟର ସାଧାରଣ ଜନତାଙ୍କୁ ହରଡ଼ଘଣାରେ ପକାଇ ଦେଇଛି ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା କଂଗ୍ରେସ କମିଟି ସଭାପତି ବେଣୁମାଧବ ତ୍ରିପାଠୀ। ଏହି ପରିପ୍ରେକ୍ଷୀରେ ଗତ ଅପ୍ରେଲ ୪ ତାରିଖ ରେ ସନ୍ଧ୍ୟା ୬.୩୦ ରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ୩୦ ମିନିଟ୍ ପାଇଁ ରାଜ୍ୟବାସୀ ପ୍ରତିବାଦ ସ୍ୱରୂପ ନିଜ ଘରର ଲାଇଟ୍ ଓ ବିଦ୍ୟୁତ୍ ଉପକରଣ ବନ୍ଦ ରଖିବା ପାଇଁ ନିବେଦନ କରାଯାଇଥିଲା। ଆଜି ସେହି ପ୍ରକରଣରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆୟୋଜିତ ବିକ୍ଷୋଭ ପ୍ରଦର୍ଶନ ପରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ। ଏହି ବିକ୍ଷୋଭରେ ଜିଲ୍ଲା କଂଗ୍ରେସ ସଭାପତି ବେଣୁ ମାଧବ ତ୍ରିପାଠୀ, ସୁନ୍ଦରଗଡ଼ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ବିଶ୍ବଜିତ ପଟ୍ଟନାୟକ, ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ରାଜ କିଶୋର ଷଡ଼ଙ୍ଗୀ,ଟାଉନ ସଭାପତି ନେପାଳ ସାହୁ, ପ୍ରଭାତ କୁମାର ଭୋଳ, ଅଜିତ ପ୍ରସାଦ, ସଞ୍ଜୟ ସାହୁ,ପର୍ଶୁରାମ ସରାଫ, ଅଦ୍ଵୈତ ସରାଫ, ଅତୁଲ୍ୟ ସରାଫ, ସୁବ୍ରତ ପୁରୋହିତ, ଟୁନା ସାହୁ, ଅନିଲ ସରାଫ,କାଳିପଦ ସାମଲ୍ ଙ୍କ ସହିତ ସବଡେଗା , ହେମଗିରି, ସଦର, ଟାଙ୍ଗରପାଲି ବ୍ଲକ ସଭାପତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ବିଶ୍ବରଂଜନ ହୋତା,ସୁନ୍ଦରଗଡ଼