
ଜଟଣୀ,୫/୪(ଜିଲ୍ଲା ଖଵର) : ଜଟଣୀରେ ଏବେଠାରୁ ଦେଖା ଦେଲାଣି ଜଳ ସମସ୍ୟା । ଜଟଣୀର ସହରାଚଂଳ ଓ ଗ୍ରାମାଚଂଳରେ ଧିରେ ଧିରେ ହେଲାଣି ଜଳ ସମସ୍ୟା । ଜଟଣୀ ଏକ ପାହାଡିଆ ତଥା ସମତଳ ଅଂଚଳଭାବେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ଏଠାରେଥିବା ପାହାଡ ପର୍ବତର ଉଦୟମାନରୁ । ତେଣୁ ଏହି ଅଂଚଳରେ ଗ୍ରୀଷ୍ମଦିନ ବ୍ୟତିତ ଅନ୍ୟ ଦିନଗୁଡିକରେ ମଧ୍ୟ ଜଳ ସମସ୍ୟା ଦେଖାଯାଇଥାଏ । ଏଠାରେଥିବା ଜନସ୍ୱାସ୍ଥ୍ୟ ବିଭାଗ ପର୍ଯ୍ୟପ୍ତ ପରିମାଣର ପାନୀୟଜଳ ଯୋଗାଣ କରିପାରେ ନାହିଁ । ତେଣୁ ଏନେଇ ସରକାର ପୈାରାଚଂଳବାସୀଙ୍କଲାଗି ୨୦୧୮ ମସିହାଠାରୁ ସ୍ୱଜଳଧାରା ଯୋଜନାରେ ପୈାରାଚଂଳଗୁଡିକୁ ଘରେ ଘରେ ପାନୀୟଜଳ ଯୋଗାଣ କରିବାକୁ ଯୋଜନା କରିଛନ୍ତି । ଏହା ମଧ୍ୟ ଅନେକାଂଶରେ କେତେକ ୱାର୍ଡରେ କାର୍ଯ୍ୟକାରୀ ହେଲାଣି । ଅନ୍ୟପଟେ ଗତମାସରେ ରାଜ୍ୟସରକାର ଗ୍ରାମାଚଂଳରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ପାନୀୟଜଳ ଯୋଗାଣ କରାଯିବାଲାଗି ପ୍ରଚାରପ୍ରସାର କରାଯାଇଥିଲା । ମାତ୍ର କେତେକ ଅପାରଗ କର୍ମଚାରୀମାନଙ୍କ ଲାଗି ଜଟଣୀ ସହରର କେତେକ ୱାର୍ଡର ବାସୀନ୍ଦାମାନେ ପାଣି ଟୋପାଏ ପାଇବାକୁ ଡହଳବିକଳ ହେଉଥିବା ଦେଖିବାକୁ ମିଳୁଛି । ସେହିପରି ଜଟଣୀବ୍ଲକର ଗ୍ରାମାଚଂଳରେ ମଧ୍ୟ ଏପର୍ଯ୍ୟନ୍ତ ପାନୀୟଜଳ ଯୋଗାଣ ହୋଇପାରିଲା ନାହିଁ । ଆଗକୁ ଆହୁରୀ ଜଳସଙ୍କଟ ଦେଖା ଦେବାର ଆଶଙ୍କା ରହିଛି । ଅନ୍ୟପଟେ ଜଟଣୀ ପୈାରନିର୍ବାହୀ ଅଧିକାରୀ ୨୨୦୦ ପରିବାରକୁ ପାନୀୟଜଳ ଯୋଗାଉଥିବା ଡିଡିମ ପିଟୁଛନ୍ତି । ଏହିକ୍ରମରେ ଜଟଣୀ ପୈାରପରିଷଦ ଅଧିନସ୍ଥ ୱାର୍ଡନଂ ୫ ଗଜପତି ନଗରରେ ଦିର୍ଘ ଦିନରୁ ପାନୀୟଜଳ ଯୋଗାଣ ହେଉନଥିବାରୁ ଁଏଠାକାର ଅଂଚଳବାସୀ ଅଭିଯୋଗ କରିଛନ୍ତି । ଜଟଣୀ ପୈାରାଚଂଳର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଗଜପତିନଗରରେ ମାତ୍ରାଧିକ ପରିବାର ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଜଟଣୀ ଜନସ୍ୱାସ୍ଥ୍ୟ ବିଭାଗର ୱାଟକୋ ମାଧ୍ୟମରେ ସହରାଚଂଳରେ ପାନୀୟଜଳ ଯୋଗାଣଲାଗି ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ତେବେ ଏନେଇ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ସାଢେ ୩ ହଜାର ଟଙ୍କା ଅଗ୍ରୀମ ଏବଂ ମାସିକ ୧୦୧ଟଙ୍କା ଦେୟରେ ପାନୀୟଜଳ ପାଇବାଲାଗି ଗ୍ରାହକ ହୋଇଛନ୍ତି । ହେଲେ ମାତ୍ର କିଛି ସମୟପାଇଁ କେତେକ ସ୍ଥାନକୁ ପାଣି ଆସୁଥିବା ଅଭିଯୋଗ କରାଯାଇଛି । ଏହି କ୍ରମରେ ଗଜପତିନଗରବାସୀ ମଧ୍ୟ ଗ୍ରାହକହୋଇ ଘରକୁ ଜଳଯୋଗାଣ ବ୍ୟବସ୍ଥାରେ ସାମିଲ ହୋଇଥିଲେ । ତେବେ ଦିର୍ଘ ଏକବର୍ଷରୁ ଉର୍ଦ୍ଧ୍ୱ ହେବ ପ୍ରାୟତଃ ୱାର୍ଡରେ ଜଳଯୋଗାଣ ହେଉଥିବା ବେଳେ ଗଜପତିନଗର ଅଂଚଳକୁ ପର୍ଯ୍ୟପ୍ତ ମାତ୍ରାରେ ଜଳଯୋଗାଣ ଏପର୍ଯ୍ୟନ୍ତ ହୋଇପାରି ନାହିଁ । ଫଳରେ ଏାଂକାର ଲୋକମାନେ ଜଳସମସ୍ୟାରେ ଘାଂଟି ହୋଉଛନ୍ତି । ସେମାନଙ୍କର ଜଳ ସମସ୍ୟା ଏତିକିରେ ସିମିତ ନାହିଁ । ଏହି ୱାର୍ଡରେ ରହିଥିବା ଏକମାତ୍ର ସରକାରୀ ନଳକୂପ ଉପରେ ୬୦୦ରୁ ଉର୍ଦ୍ଧ୍ୱ ପରିବାର ପାଣି ଟୋପେ ପାଇଁ ନିର୍ଭର କରିଥାନ୍ତି । ଏହା ବ୍ୟତିତ ଏହି ନଳକୂପ ପାଖରେ ପ୍ରତିଯୋଗୀତାଭାବରେ ପାଣି ନେବାକୁ ପଡିଥାଏ ବୋଲି ୱାର୍ଡର କେତେକ ମହିଳା କହିଛନ୍ତି । ଏନେଇ ବାରମ୍ବାର ଜନସ୍ୱାସ୍ଥ୍ୟ ବିଭାଗ ସହିତ ପୈାରନିର୍ବାହୀ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିଲେ ମଧ୍ୟ କେହିକିଛି ଶୁଣୁନଥିବା ଅଭିଯୋଗରେ ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି । ଅନ୍ୟପଟେ ପୈାରାଚଂଳ ଅଧିନସ୍ଥ ୱାର୍ଡ ନଂ ୪ର ବିବେକାନନ୍ଦ ସାହି ଏବଂ ରାଜାବଜାର ମୂଖ୍ୟରାସ୍ତାରେ ରହିଥିବା ଷ୍ଟାଣ୍ଡପୋଷ୍ଟରୁ ଅନବରତ ପାନୀୟଜଳ ଅପଚୟ ହେଉଥିଲେ ମଧ୍ୟ ଏଥି ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି । ସେହିପରି ଜଟଣୀବ୍ଲକ ଅନ୍ତର୍ଗତ ଛଣଘର ପଚାଂୟତର ଓଗରସୂଆଁ ଦଳିତସାହୀରେ ଦିର୍ଘଦିନରୁ ପାନୀୟଜଳ ସମସ୍ୟା ଉତ୍କଟ ହୋଇଥିବା ଅଭିଯୋଗ ହୋଇଛି । ଦଳିତସାହୀରେ ରହିଥିବା ୨ଟି ନଳକୂପ ମଧ୍ୟରୁ ୧ଟି ଅଚଳ ହୋଇପଡିଥିବା ବେଳେ ସଚଳଥିବା ମାତ୍ର ଗୋଟିଏ ନଳକୂପ ଉପରେ ସାହୀର ୧୫୦ଲୋକେ ନିର୍ଭର କରିଥାନ୍ତି ବୋଲି କହିଛନ୍ତି । ଉକ୍ତ ଦଳିତ ସାହୀମଧ୍ୟକୁ ଜଳଯୋଗାଣ ପାଇଁ ପାଇପଲାଇନ କାର୍ଯ୍ୟ ଚାଲିଥିଲା ବେଳେ କେତେକ ବ୍ୟକ୍ତିଙ୍କ ହସ୍ତକ୍ଷେପପରେ ଏହି କାର୍ଯ୍ୟ ବନ୍ଦହୋଇ ରହିଥିବା କୁହାଯାଇଛି । ତେବେ ଜଟଣୀ ପୈାରାଚଂଳର ୱାର୍ଡ ନଂ ୫ ଗଜପତିନଗରରେ ଦିର୍ଘଦିନରୁ ହେଉଥିବା ପାନୀୟଜଳ ସମସ୍ୟାକୁ ନେଇ ଜନସ୍ୱାସ୍ଥ୍ୟ ବିଭାଗଯନ୍ତ୍ରୀ ଅରୁଣ କୁମାର ସୁବୁଦ୍ଧୀଙ୍କୁ ପଚାରିବାରେ ସେ କୁହନ୍ତି, ଗଜପତିନଗରର ଏହି ଅଂଚଳଟି ଉଚ୍ଚାସ୍ଥାନରେ ରହିଛି । ତେଣୁ ପାଣିର ଚାପ କମରହୁଥିବାରୁ ପାଣି ଉଠିବାରେ ବିଳମ୍ବ ହେଉଛି । ସେଥିଲାଗି କିଛି ବିକଳ୍ପ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ସେହିକ୍ରମରେ ଜଟଣୀବ୍ଲକ ଓଗରସୂଆଁ ଅଂଚଳରେ ହୋଇଥିବା ଜଳସଙ୍କଟକୁ ନେଇ ବିଡିଓ ସରୋଜ କୁମାର ରାଉତ କୁହନ୍ତି, ପାନୀୟଜଳ ବ୍ୟବସ୍ଥାଲାଗି ପାଇପଲାଇନ କାର୍ଯ୍ୟର ତଦାରଖ କରିବା ସହିତ ଯଥାଶିଘ୍ର ଜଳଯୋଗାଣ ଉପରେ ଦୃଷ୍ଟି ଦିଆଯିବ । କେଉଁ କାରଣରୁ ପାଇପଲାଇନ କାର୍ଯ୍ୟସ୍ଥଗିତ ରହିଛି ସେ ନେଇ ପଦକ୍ଷେପ ଗ୍ରହଣକରି ଲୋକମାନଙ୍କୁ ସେଠାରେ ପାନୀୟଜଳ ଯୋଗାଇଦିଆଯିବର ବ୍ୟବସ୍ଥା କରାଯିବ ।
ରୀପୋର୍ଟ,ସଞ୍ଜୀବ କୁମାର


