Home ଅପରାଧ ଜିଲ୍ଲା ବାହାର ଡକାୟତ ଦଳର ୬ଜଣ ଗିରଫ; ବାଇକ ଟଙ୍କା ମୋବଇଲ ସହ ବହୁ ମାରଣାସ୍ତ୍ର...

ଜିଲ୍ଲା ବାହାର ଡକାୟତ ଦଳର ୬ଜଣ ଗିରଫ; ବାଇକ ଟଙ୍କା ମୋବଇଲ ସହ ବହୁ ମାରଣାସ୍ତ୍ର ଜବତ

113

ବାଲିଗୁଡା,୮/୧୦ (ସୁରେଶ କୁମାର ପଣ୍ଡା): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତର ଲାଲଗଡ କୁହାଯାଉଥିବା କଞ୍ଜାଲଗୁ ଘାଟିରେ ବାଲିଗୁଡା ପୋଲିସ୍ ଏକ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳତା ହାସଲ କରିଛି I ଗତ ଛଅ ମାସ ଧରି ଉକ୍ତ ଘାଟିରେ ଆତଙ୍କରାଜ ଚଳାଇ ସେହି ରାସ୍ତାରେ ଯାତାୟାତ କରୁଥିବା ମୋଟର ସାଇକେଲ ଆରୋହୀ ମାନଙ୍କ ଠାରୁ ମୋଟର ସାଇକେଲ,ଟଙ୍କା,ସୁନା,ଭଳି ବିଭିନ୍ନ ଜିନିଷ ପତ୍ର ଛଡାଇ ମାରପିଟ କରିବା ନେଇ ବାଲିଗୁଡା ଥାନାରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଲୋକେ ମଧ୍ୟ ଭୟରେ ସଂପୃକ୍ତ ଅଞ୍ଚଳ ରାସ୍ତାରେ ବାଇକରେ ଯାତାୟାତ କରିବାକୁ ଭୟ କରିବା ସହ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।ଡକାୟତି ଘଟଣାରେ ପୋଲିସ୍ ଛଅ ଜଣ ଜିଲ୍ଲା ବାହାରର ଡକାୟତିଙ୍କୁ ଗିରଫ କରିବାରେ ସ୍ଥାନୀୟ ଲୋକେ ପୋଲିସ୍ କୁ ସହଯୋଗ କରିଛନ୍ତି I ଘଟଣାରୁ ପ୍ରକାଶ ଯେ, ଚଳିତ ମାସ ୬ତାରିଖ ଦିନ ଖମନଖୋଲ ଅଞ୍ଚଳର ମାନସ କୁମାର ଡିଗାଲ ତାଙ୍କ ବାପା ଓ ଶଶୁର ଏକ ବାଇକରେ ଯାଉଥିବା ସମୟରେ ଉକ୍ତ କଞ୍ଜାଲଗୁ ଘାଟିରେ ବାଇକକୁ ଅଟକାଇ ଭୁଜାଲି, ଛୁରୀ, ଠେଙ୍ଗା ଦେଖାଇ ମଟର ସାଇକେଲ, ଟଙ୍କା ଓ ମୋବଇଲ ଛଡାଇ ନେଇ ଯାଇଥିଲେ I ଏ ନେଇ ମାନସ ବାଲିଗୁଡା ଥାନାରେ ଏତଲା ଦେଇଥିଲେ I ଅନ୍ୟ ପକ୍ଷରେ ଏହି ଘଟଣାର ଖବର ପାଇ ଖମନଖୋଲ ଗ୍ରାମବାସୀ ମାନେ କେତେଜଣ ଅଜଣା ଯୁବକଙ୍କୁ ଅଟକ ରଖି ବାଲିଗୁଡା ଥାନାରେ ଜଣାଇବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଯୁବକ ମାନଙ୍କୁ ପଚାରି ବୁଝି ତଦନ୍ତ କରିବା ପରେ ବୌଦ୍ଧ, ସୋନପୁର, ବଲାଙ୍ଗୀର, ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ଜଣଙ୍କୁ ଗିରଫ କରିବାରେ ବାଲିଗୁଡା ପୋଲିସ ସକ୍ଷମ ହୋଇଥିବା ଜଣାପଡିଛି I ସେମାନଙ୍କ ଠାରୁ ବିଭିନ୍ନ କମ୍ପାନୀର ୮ଟି ବାଇକ ଜବତ କରିବା ସହ ଗୋଟିଏ ଭୁଜାଲି, ଦୁଇଟି ଛୁରୀ, ଦୁଇଟିଠେଙ୍ଗା, ଓ ୪ଟି ମୋବଇଲ ପୋଲିସ ଜବତ କରିଛି I ଅଭିଯୁକ୍ତ ୬ଜଣ ହେଲେ ପୁରୁଷୋତ୍ତମ ରଣା, ନବୀନ ଓରଫ ନରେନ୍ଦ୍ର ଗୁରୁ, ସୂର୍ୟ୍ୟକାନ୍ତ ମାଝୀ, ସଞ୍ଜୁ ଓରଫସଂଜୀବ ରଣା, ସନ୍ତୁ ମହାଲିଙ୍ଗ ଓ ସନ୍ତୁ ବାରିକ ବୋଲି ଜଣାପଡିଛି I ବାଲିଗୁଡା ପୋଲିସ କେଶନଂ, ୧୩୨/୧୯,ଦଫା.୩୯୫ରେ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯଇଛି I