Sunday, November 15, 2026
Home ଆଞ୍ଚଳିକ କରୋନା ସଂକ୍ରମିତ ହେଲେ , ଡ୍ରଗ୍ସ କେସ୍‌ରେ ଗିରଫ ହୋଇଥିବା ଅଭିନେତା ଏଜାଜ୍ ଖାନ୍

କରୋନା ସଂକ୍ରମିତ ହେଲେ , ଡ୍ରଗ୍ସ କେସ୍‌ରେ ଗିରଫ ହୋଇଥିବା ଅଭିନେତା ଏଜାଜ୍ ଖାନ୍

43

ନୂଆଦିଲ୍ଲୀ, ୦୫/୦୪/୨୧ (ଜିଲ୍ଲା ଖବର) : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ଡ୍ରଗ୍ସ କେସ୍‌ରେ ଗିରଫ ହୋଇଥିବା ଅଭିନେତା ଏଜାଜ୍ ଖାନ୍ , କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏବେ ତାଙ୍କୁ ଏକ ହସ୍ପିଟାରେ ଭର୍ତ୍ତି କରାଯାଇଛି । ଖବର ଅନୂଯାୟୀ, ଏବେ ଏହି ଯାଞ୍ଚରେ ସାମିଲ ଥିବା ସମସ୍ତ ଅଧିକାରୀଙ୍କୁ ମଧ୍ୟ ନିଜ ନିଜର କରୋନା ଟେଷ୍ଟ କରାଇବାକୁ ହେବ ।

ଏନ୍‌ସିବି ଏହି ସମସ୍ତ ତଥ୍ୟର ସୂଚନା ଦେଇଛି । ଏବଂ ଏଜାଜ୍ ଖାନଙ୍କୁ ପଚରାଉଚୁରା ଅଧିକାରୀଙ୍କୁ ମଧ୍ୟ କରୋନା ଟେଷ୍ଟ କରାଇବାକୁ କୁହାଯାଇଛି । ପ୍ରକାଶ ଥାଉକି, ଅଭିନେତା ଏଜାଜ୍ ଖାନ୍ ଅନେକ୍ ଫିଲ୍ମରେ କାମ କରିବା ସହିତ, ସେ ବିଗ୍‌ବସ୍ ସିଜିନ୍ ୭ରେ ୱାଇଲ କାର୍ଡ ଏଣ୍ଟ୍ରି କରିଥିଲେ, ଏବଂ ଦ୍ୱିତୀୟ ରନରଅପ୍ ମଧ୍ୟ ହୋଇଥିଲେ ।