Tuesday, November 17, 2026
Home ଆଞ୍ଚଳିକ ଗଞ୍ଜାମରେ କୋରୋନା ନେଲା ଆଉ ଏକ ଜୀବନ

ଗଞ୍ଜାମରେ କୋରୋନା ନେଲା ଆଉ ଏକ ଜୀବନ

9

ବ୍ରହ୍ମପୁର,୦୫/୦୪/୨୧ (ଜିଲ୍ଲା ଖବର) :  ଗଞ୍ଜାମରେ କୋରୋନା ନେଲା ଆଉ ଏକ ଜୀବନ । ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ କରୁଚୁଲି ଗାଁର ଆୟୁର୍ବେଦ ବିଶେଷଜ୍ଞ ପ୍ରମୋଦ କୁମାର ପ୍ରଧାନ କୋରୋନାରେ ପ୍ରାଣ ହରାଇଛନ୍ତି । ସେ ସୁରଟ ଓ ଅହମ୍ମବାଦରେ ଆୟୁର୍ବେଦିକ ଅନୁସନ୍ଧାନ ସହ ଔଷଧ ବ୍ୟବସାୟ କରୁଥିଲେ । ଜଣେ ସମ୍ପର୍କୀୟଙ୍କ ଶୁଦ୍ଧିକ୍ରିୟା ପାଇଁ 15 ଦିନ ତଳେ ନିଜ ଗାଁ କରଚୁଲିକୁ ଫେରି ଥିଲେ । ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ଚିକିତ୍ସା ବୁଗୁଡା ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ  । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରମୋଦଙ୍କ ପତ୍ନୀ ଓ ପୁଅକୁ ଭୁବନେଶ୍ୱରଠାରେ 7 ଦିନିଆ ଆଇସୋଲେସନରେ ରଖାଯାଇଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ ।