
ଭୁବନେଶ୍ୱର,୦୫/୦୪/୨୧ (ଜିଲ୍ଲା ଖବର) : ସିଲ ହେଲା ରାଜଧାନୀ ଜୟଦେବ ବିହାର ଛକରେ ଥିବା ଘରୋଇ କୋଚିଂ ସେଣ୍ଟର ହାପି କ୍ଲାସେସ । କୋଭିଡ ଗାଇଡ଼ ଲାଇନ ଉଲଂଘନ ଅଭିଯୋଗରେ ବିଏମସି ପକ୍ଷରୁ କରାଗଲା ସିଲ । ଆଜି ଦିନତାମାମ ବିଭିନ୍ନ ଶିକ୍ଷାନୁଷ୍ଠାନ ଉପରେ ଜାରି ରହିବ ଚଢ଼ାଉ । ବିଏମସିର ୩ଟି ଯାକ ଜୋନରେ ହେବ ଚଢ଼ାଉ । ସଂକ୍ରମଣ ବୃଦ୍ଧିକୁ ଚେକ ଦେବାକୁ ବିଏମସିର ପଦକ୍ଷେପ । ଅନ୍ୟପଟେ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ତ ଚାଲିଛି । ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ ସମସ୍ତଙ୍କ ସତର୍କ ରହିବାକୁ ଗାଇଡଲାଇନ ଜାରି କରାଯାଇଛି । ଏହାକୁ ଯେଉଁମାନେ ମାନୁନାହାନ୍ତି, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।


