Home ଆଞ୍ଚଳିକ ମୃତକକୁ ଜୀବିତ କରିବାକୁ ରାତିସାରା ପୂଜାପାଠ, ନୟାଗଡ଼ ଶରଣକୁଳ ଅଞ୍ଚଳରେ ଅନ୍ଧବିଶ୍ୱାସ

ମୃତକକୁ ଜୀବିତ କରିବାକୁ ରାତିସାରା ପୂଜାପାଠ, ନୟାଗଡ଼ ଶରଣକୁଳ ଅଞ୍ଚଳରେ ଅନ୍ଧବିଶ୍ୱାସ

19

ନୟାଗଡ, ୦୫/୦୪/୨୧ (ଜିଲ୍ଲା ଖବର) : ମୃତକକୁ ଜୀବିତ କରିବାକୁ ରାତିସାରା ପୂଜାର୍ଚ୍ଚନା । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଞ୍ଚଳରେ ଅନ୍ଧବିଶ୍ୱାସ ।  ବରସାହିରେ ଜଣେ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ପରେ ବି ଶବକୁ ବଞ୍ଚାଇବାକୁ ରାତି ତମାମ ଚାଲିଥିଲା ପୂଜା ପାଠ । ସିଙ୍ଗରପୁର ଗାଁର ରବି ନାହାକଙ୍କ ୨ ଦିନ ତଳେ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିଲା । ମୃତ୍ୟୁପରେ ତାଙ୍କୁ ନୟାଗଡ଼ ପୋଷ୍ଟମର୍ଟମ ଗୃହରେ ପୋଷ୍ଟମର୍ଟମ କରାଯିବା ପରେ ଶବଦାହ ପାଇଁ ଗାଁକୁ ଅଣାଯାଇଥିଲା । ମାତ୍ର ଗ୍ରାମବାସୀ ତାଙ୍କ ଦେହରେ ଭଗବାନ ଥିବା କହି ପୋଷ୍ଟମର୍ଟମ ସରିଥିବା ଶବକୁ ରାତି ତମାମ ପୂଜା ଅର୍ଚ୍ଚନା ଜାରି ରଖିଥିଲେ । ଶବକୁ ବଞ୍ଚାଇବାକୁ ମୃତ ବ୍ୟକ୍ତିଙ୍କ ଉପରେ ଗରା ଗରା ପାଣି ଢଳାଯିବା ସହ ନାମ ସଂକୀର୍ତ୍ତନ କରାଯାଇଥିଲା । ତେବେ ବର୍ତ୍ତମାନର ଖବର ସୁଦ୍ଧା ଏବେବି ମୃତ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ଗାଁରେ ପୂଜାର୍ଚ୍ଚନା ଜାରି ରହିଛି ।