
କଟକ,୦୫/୦୪/୨୧ (ଜିଲ୍ଲା ଖବର) : ଆଜି କଟକ ପରିବାର ଅଦାଲତରେ ଷ୍ଟାର ଦମ୍ପତି ବର୍ଷା ଓ ଅନୁଭବଙ୍କ ଛାଡ଼ପତ୍ର ମାମଲା ଶୁଣାଣି । ଅଭିନେତ୍ରୀ ବର୍ଷା ଏଥିପାଇଁ କୋର୍ଟରେ ପହଁଚି ସାରିଲେଣି । ସାଂସଦ ଅନୁଭବ ଏଥିପାଇଁ କୋର୍ଟରେ ପହଁଚି ପାରନ୍ତି । ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବଦଳରେ କଟକ ପରିବାର ଅଦାଲତରେ ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।
ଅନୁଭବଙ୍କ ପକ୍ଷରୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ବିବାହ ବିଚ୍ଛେଦ ମାମଲା ଦାୟର ହୋଇଥିଲା । ପତ୍ନୀ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏହି ମାମଲା ଦାୟର କରିଥିଲେ । ଏହା ପରେ ବର୍ଷା ଅନୁଭବଙ୍କ ବିରୁଦ୍ଧରେ କଟକ ଏସ.ଡି.ଜେ.ଏମ ଓ ପରିବାର ଅଦାଲତରେ ଘରୋଇ ହିସାଂ ଓ ବୈବାହିକ ଜୀବନଙ୍କୁ ସ୍ଥାୟୀ କରିବା ପ୍ରାର୍ଥନା କରି ଦୁଇ ଦୁଇଟି ମାମଲା ଦାୟର କରିଥିଲେ ।
ଏହାର କିଛି ଦିନ ପରେ ବର୍ଷା ପଟିଆଲା ହାଉସ କୋର୍ଟରେ ଅନୁଭବ ଦାୟର କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତରିତ ପାଇଁ ପ୍ରାର୍ଥନା କରି ସୁପ୍ରୀମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରି ମାର୍ଚ୍ଚ ୫ ତାରିଖରେ ଏହି ମାମଲାକୁ କଟକ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନୁଭବଙ୍କ ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟରେ ଜବାବ ଦାଖଲ ପିଟିସନ ଦାୟର ହୋଇଥିଲା ।





