Saturday, October 10, 2026
Home ଆଞ୍ଚଳିକ ରାଉରକେଲା ଇସ୍ପାତ କାରଖାନାରେ ଅଗ୍ନିକାଣ୍ଡ

ରାଉରକେଲା ଇସ୍ପାତ କାରଖାନାରେ ଅଗ୍ନିକାଣ୍ଡ

97

ସୁନ୍ଦରଗଡ,୦୫/୦୪/୨୧ (ଜିଲ୍ଲା ଖବର) :  ରାଉରକେଲା ଇସ୍ପାତ କାରଖାନାରେ ଅଗ୍ନିକାଣ୍ଡ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । SMS 2ର ସ୍ଲାଗ ପଟରୁ ଉତ୍ତପ୍ତ ତରଳ ଲୁହା ଚାରିଆଡ଼େ ବିଛାଡି ହୋଇ ପଡିବାରୁ ଉକ୍ତ ବିଭାଗର କଣ୍ଟ୍ରୋଲ ରୁମ ସମ୍ପୂର୍ଣ୍ଣ ପୋଡିଯାଇଛି । ତେବେ ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନଥିବା ବେଳେ ରାଉରକେଲା ଇସ୍ପାତ କରଖାନ ମୁଖ୍ୟ ନିର୍ବାହୀ ଅଧିକାରୀ ଏକ ଚାରି ଜାଣିଆ ଟିମ ଗଠନ କରିଛନ୍ତି । ଏହି ଟିମରେ ଚାରିଜଣ CGMଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ବିଳମ୍ବିତ ରାତି 3ଟାବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । RSP ଫାୟାର ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସୌଭାଗ୍ୟ ବଶତଃ କୌଣସି କର୍ମଚାରୀ ଏହି ଦୁର୍ଘଟଣାରେ ଆହତ ହୋଇନାହାନ୍ତି  ।