Sunday, November 15, 2026
Home ଆଞ୍ଚଳିକ ଆରପାରିରେ ଶଶିକଳା

ଆରପାରିରେ ଶଶିକଳା

5

ନୂଆଦିଲ୍ଲୀ, ୦୫/୦୪/୨୧ (ଜିଲ୍ଲା ଖବର) : ୭୦ ଦଶକର ହିଟ୍ ଅଭିନେତ୍ରୀଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଶଶିକଳା, ଆଉ ଏ ଦୁନିଆଁରେ ନାହାଁନ୍ତି । ଗତକାଲି ସେ ଏ ଦୁନିଆଁକୁ ଅଲ୍‌ବିଦା କରି ଚାଲି ଯାଇଛନ୍ତି ଆରପାରିକୁ । ୮୮ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପାଖାପାଖି ୧୦୦ ରୁ ଅଧିକ ଫିଲ୍ମରେ ସେ କାମ କରିଛନ୍ତି । ଏବେ ସେ ଦୀର୍ଘ ଲମ୍ବା ସମୟ ଧରି ସେ ବଲିଉଡରୁ ଦୂରରେ ଥିଲେ । ଶଶିଙ୍କ ଭଲ ନାଁ ହେଉଛି ଶଶିକଳା ଜାୱାଲକର । ଏକ ମରାଠି ପରିବାରରେ ଜନ୍ମଗ୍ରହଣ କରିଥିଲେ ସେ । ଅନେକ୍ ଉତ୍‌ଥାନ୍‌-ପତନ ଦେଇ ସେ ତାଙ୍କ ଜୀବନରେ ଗତି କରିଥିଲେ । ଫିଲ୍ମ ବ୍ୟତୀତ ସେ ଟିଭିରେ ମଧ୍ୟ କାମ କରିଥିଲେ । ସେ ଦୁଇ ଥର ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ପାଇଥିଲେ । ୨୦୦୭ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ମଧ୍ୟ କରିଥିଲେ । ତେବେ ଏମିତି ଜଣେ ମହାନ କଳାକାରଙ୍କୁ ସବୁଦିନ ପାଇଁ ମନେ ରଖିବ ମନୋରଞ୍ଜନ ଦୁନିଆଁ ।