Home ଆଞ୍ଚଳିକ ପୁଣି ଆନ୍ଧ୍ରର ଦାଦାଗିରି, କୋଟିଆରେ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନ ନେଇ ବିଜ୍ଞପ୍ତି

ପୁଣି ଆନ୍ଧ୍ରର ଦାଦାଗିରି, କୋଟିଆରେ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନ ନେଇ ବିଜ୍ଞପ୍ତି

15

କୋରାପୁଟ, ୦୫/୦୪/୨୧ (ଜିଲ୍ଲା ଖବର) : କୋଟିଆରେ ନିର୍ବାଚନ ପାଇଁ ପୁଣି ଆନ୍ଧ୍ରର ନୋଟିଫିକେସନ।  ପଞ୍ଚାୟତ ନିର୍ବାଚନ ପରେ ଏବେ ମଣ୍ଡଳ ଓ ଜିଲ୍ଲାପରିଷଦ ନିର୍ବାଚନ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି ଆନ୍ଧ୍ର ପ୍ରଦେଶ ନିର୍ବାଚନ କମିଶନ। ଏପ୍ରିଲ ୧ ତାରିଖରେ ଏହି ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଆସନ୍ତା ୮ ତାରିଖରେ ଭୋଟ ଗ୍ରହଣ ହେବ।  ୧୦ ତାରିଖରେ ଭୋଟ ଗଣତି କରାଯିବ।  କୋଟିଆର ତଳଗଂଜେଇପଦରକୁ ଗଂଜେଇ ଭାଦ୍ରା ନାମକରଣ କରି ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ପାଟୁଚେନୁରୁରେ ମଧ୍ୟ ନିର୍ବାଚନ ପାଇଁ ବିଜ୍ଞପ୍ତି ହୋଇଛି।  ଗଂଜେଇଭାଦ୍ରା ପାଇଁ ଦୁଇ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ପୂର୍ବରୁ କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ନେଇ ଓଡ଼ିଶା ସହ ମୁହାଁମୁହିଁ ହୋଇଥିଲା।  ଏମିତିକି ମାମଲା ସୁପ୍ରିମକୋର୍ଟ ଯାଇଥିଲା।  ଏହାପରେ ବି ଆନ୍ଧ୍ର ମଣ୍ଡଳ ଓ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ।