Monday, October 19, 2026
Home ଆଞ୍ଚଳିକ ପିପିଲିରେ ରକ୍ତମୁଖା ବିଜେଡି କର୍ମୀ !

ପିପିଲିରେ ରକ୍ତମୁଖା ବିଜେଡି କର୍ମୀ !

62

ପୁରୀ,୦୫/୦୪/୨୧ (ଜିଲ୍ଲା ଖବର) : ପିପିଲିରେ ରକ୍ତମୁଖା ବିଜେଡି କର୍ମୀ ! ନିର୍ବାଚନୀ ପ୍ରଚାର ସମୟରେ ବିଜେପି ମହିଳା ନେତ୍ରୀଙ୍କୁ ଧମକ ଦେଲେ ବିଜେଡି ସମର୍ଥକ । କୋଠବାଡ ପଞ୍ଚାୟତର ପୁରୁଣା ଡେଲାଙ୍ଗ ଅଞ୍ଚଳରେ ବିଜେପି ନେତ୍ରୀ ଅର୍ଚ୍ଚନା ଦାସ ଓ ସୁବାଶିନୀ ପୁଷ୍ଟି ପ୍ରଚାର କରୁଥିଲେ । ଏହି ସମୟରେ ଚାରି ଜଣ ବିଜେଡି ସମର୍ଥକ ବାଇକରେ ଆସି ବିଜେଡି ବିରୁଦ୍ଧରେ କିଛି ନ କହିବା ପାଇଁ ଧମକ ଦେଇଥିଲେ । ଏହାସହ ମହାରାଥୀଙ୍କ ପରିବାର ବିଷୟରେ କିଛି ନ କହିବାକୁ କହିଥିଲେ । ବିଜେଡି କର୍ମୀମାନେ ବିଜେପି ମହିଳା ନେତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ସହ ଜୀବନରୁ ମାରିବାର ଧମକ ଦେଇଥିଲେ । ଯାହାକୁ ନେଇ ଡେଲାଙ୍ଗ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଦୁଇ ବିଜେପି ନେତ୍ରୀ ।