
ଖୋର୍ଦ୍ଧା, ୦୫/୦୪/୨୧ (ଜିଲ୍ଲା ଖବର) : ଖୋର୍ଦ୍ଧା ବନଖଣ୍ଡ ଟାଗିଂ ବନାଚଂଳ ଅଧିନସ୍ଥ ନିରାକାରପୁର ଅଂଚଳରେ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି । ଏଥିରେ ଲୋକେ ଭୟଭୀତ ଥିବା ଜଣାପନିଛି । ନିରାକାରପୁର ଅଂଚଳର କଲେଜ ଛକ ,ରାମ ମନ୍ଦିର ଓ ଷ୍ଟେସନ ନିକଟରେ ଦନ୍ତାହାତୀ ସଂନ୍ଧ୍ୟା ସମୟରେ ନିକଟସ୍ଥ ଚିତ୍ରକୂଟ ଜଂଗଲରୁ ଜନବସତି ଆଡକୁ ପଳାଇ ଆସୁଛନ୍ତି । ଲୋକମାନେ ହାତୀକୁ ଦେଖି ଭୟଭୀତ ହୋଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀ ମାନେ ପହଞ୍ଚି ହାତୀକୁ ଜଂଗଲ ମଧ୍ୟକୁ ଘଉଡାଇବାକୁ ଚେଷ୍ଟା ଜାରି ରଖିଛନ୍ତି ।


