


ବ୍ରହ୍ମପୁର, (ଇ.ରଞ୍ଜନ) : ବ୍ରହ୍ମପୁର ଜୀବିକା ମେଣ୍ଟାଇବା ନିମନ୍ତେ ଦୈନିକ ମଜୁରୀଆ ଭାବେ ଆସି ବ୍ରହ୍ମପୁର ଗେଟ ବଜ଼ାର ଟ୍ରାଫିକ ନିକଟରେ ଛିଡା ହଇଯିବା ସହ ଯିବା ଆସିବା ଲୋକଙ୍କୁ ଶ୍ରମିକ ମାନେ କାମ ଅଛିକି ବଲି ପଚାରିଥାନ୍ତି I ବ୍ରହ୍ମପୁର ଓ ପାର୍ଶ୍ୱବର୍ତ୍ତୀ ବିଭିନ୍ନ ଅଞ୍ଚଳରେ ଶହ ଶହ ଲୋକ ସେହି ମାର୍ଗଦେଇ ଶ୍ରମିକ ଦରକାର ଥିବା ଜଣେ ଲୋକ ଯଦି ଆସେ ତାହେଲେ ସେଟାରେ ରୁଢ଼ହୋଇ ଯାହାନ୍ତି I ଯାହା ଫଳରେ ସେଠାରେ ଅତ୍ୟଧିକ ଟ୍ରାଫିକ ସମସ୍ୟା ହେଉଅଛି ଯାହାକୁ ନେଇ ସେହି ମାର୍ଗ ଯିବା ଆସିବା ମୋଟର ସାଇକେଲ ଆରୋହୀ ମାନେ ଅସନ୍ତୋଷ ପ୍ରକାଶ କରନ୍ତି I ସେଟାରେ ଶ୍ରମିକ ମାନେ ସକାଳ ୧୦ ରେ ଆସି ୧୨ସମୟ ପର୍ୟ୍ୟନ୍ତ ୩ଘଣ୍ଟା ଛିଡା ହୁଅନ୍ତି କିନ୍ତୁ କିଛି ଶ୍ରମିକଙ୍କୁ କାମ ମିଳୁଥିବା ବେଳେ ଅନେକ ଶ୍ରମିକ ମାନେ ଯିବା ଆସିବା ଲୋକଙ୍କୁ କାମ ନିମନ୍ତେ ନେହୁରା ହେଉଥିବା ଦେଖିବାକୁ ମିଳିଛି I ଏହା ସାଙ୍ଗକୁ ଯିବା ଆସିବା କିଛି ବୁଦ୍ଧିଜୀବୀ, ଭଦ୍ରଲୋକଙ୍କ ମତ ଅନୁଯାୟୀ ଶ୍ରମିକ ମାନଙ୍କ ନିମନ୍ତେ ଗେଟବଜ଼ାର ଠାରେ ଏକ ରହଣି ସ୍ଥଳ ସରକାରଙ୍କ ତରଫରୁ ଯୋଗାଇ ଦେଲେ ଶ୍ରମିକ ମାନେ ବର୍ଷା ଓ ଖରାଦାଉରୁ ରକ୍ଷାପାଇଥାନ୍ତେ ଓ ରହଣି ସ୍ଥଳ ଯୋଗୁ ଟ୍ରାଫିକ ସମସ୍ୟାର ମଧ୍ୟ ସୁଧାର ଅସିଥାନ୍ତା ବଲି ବୁଦ୍ଧିଜୀବିମାନେ ମତପ୍ରକାଶ କରିଛନ୍ତି I



