
ସୁନ୍ଦରଗଡ,୦୫/୦୪/୨୧ (ଜିଲ୍ଲା ଖବର) : ରାଜ୍ୟରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ବଢିବାକୁ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ସୁନ୍ଦରଗଡ଼ରେ active କେସ ସଂଖ୍ୟା ୩୯୨ ରେ ପହଂଚିଛି । ଗତକାଲି ଏହି ସଂଖ୍ୟା ୩୦୭ ରହିଥିଲା। ଛତିଶଗଡରେ କରୋନା ସ୍ଥିତି ଭୟାବହ ହେବାକୁ ଲାଗିଥିବା ବେଳେ ଜିଲ୍ଲାର ସୀମାନ୍ତରେ ରହିଥିବା ଅଂଚଳର ଲୋକଙ୍କୁ ଅଧିକ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଉଛି । ବିଶେଷ କରି ହେମଗିର,ଲେଫ୍ରିପଡା ଓ ବାଲିଶଙ୍କରା ବ୍ଲକ ଛତିଶଗଡ ସୀମାକୁ ଲାଗିଥିବାରୁ ଏହି ଅଂଚଳର ଲୋକେ ବର୍ତ୍ତମାନ ଛତିଶଗଡ ନଯିବାକୁ ଜିଲ୍ଲାପାଳ ପରାମର୍ଶ ଦେବା ସହ ଛତିଶଗଡ ଅଂଚଳରୁ ଅ।ସିଥିବା ଲୋକଙ୍କ ମଧ୍ୟରେ ସାମାନ୍ୟ ଲକ୍ଷଣ ଦେଖାଗଲେ କୋଭିଡ ପରୀକ୍ଷା କରାଇବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ଜିଲ୍ଲାରେ ୪୫ ବର୍ଷରୁ ଉର୍ଦ୍ଧ ବୟସ୍କ ମାନଙ୍କୁ ବର୍ତ୍ତମାନ ଟିକାକରଣ ଜାରିରହିଛି । ତେବେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଲୋକେ ସଚେତନ ହେବାର ଅ।ବଶ୍ୟକତା ରହିଛି । ବର୍ତ୍ତମାନ ବହୁ ଲୋକ ମାସ୍କ,ସାମାଜିକ ଦୁରତା ମାନୁନଥିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ସରକାରଙ୍କ ନିୟମ ମାନିବା ପାଇଁ ଅନୁରୋଧ କରାଯାଉଛି ।



