Sunday, November 15, 2026
Home ଆଞ୍ଚଳିକ ଧାରଣାରୁ ଓହରିଲେ ବିଜେପି ବିଧାୟକ

ଧାରଣାରୁ ଓହରିଲେ ବିଜେପି ବିଧାୟକ

67

ଭୁବନେଶ୍ଵର,୦୪/୦୪/୨୧ (ଜିଲ୍ଲା ଖବର) : ଧାରଣାରୁ ଓହରିଲେ ବିଜେପି ବିଧାୟକ। ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟ ପାଲ ସିଂଙ୍କ ସାକ୍ଷାତ ପରେ ସେମାନେ ଧାରଣାରୁ ଉଠିଛନ୍ତି। ବିଧାୟକଙ୍କୁ ଗୃହରେ କହିବାକୁ ସୁଯୋଗ ମିଳୁନଥିନା ଏବଂ ବାଚସ୍ପତି ପକ୍ଷପାତିତା କରୁଥିବାର ଅଭିଯୋଗ କରିଛନ୍ତି ବିଜୟ ପାଲ ସିଂ । ବିଧାନସଭା ପରିସରରେ ଗାନ୍ଧୀ ମୂର୍ତ୍ତିତଳେ ଅହୋରାତ୍ର ଧାରଣା ଦେଇଥିଲେ ବିଜେପି ବିଧାୟକ। ବିରୋଧୀଙ୍କ ଅଭିଯୋଗ ଅନୁସାରେ, ବାଚସ୍ପତି ଗଣତନ୍ତ୍ରକୁ ହତ୍ୟା କରିଛନ୍ତ । ବିରୋଧୀ ଦଳ ନେତାଙ୍କୁ ଗୃହରେ କହିବାକୁ ସୁଯୋଗ ମିଳୁନଥିବା ବିଜେପି ବିଧାୟକ ଅଭିଯୋଗ ଆଣିଛନ୍ତି। ଗତକାଲି ଗୃହରେ ବାଚସ୍ପତିଙ୍କ ପୋଡିୟମକୁ ବିରୋଧୀ ଚପଲ ସହ ମାଇକ ଓ ପେପର ଫିଙ୍ଗିଥିବା ଅଭିଯୋଗ ହୋଇଥିଲା । ବିଧାନସଭାରେ ଏଭଳି ଅପ୍ରୀତିକର ପରିସ୍ଥିତି ପରେ ବିଜେପିର ତିନି ବିଧାୟକ ସସପେଣ୍ଡ ହୋଇଥିଲେ ।