
ପୁରୀ, ୦୪/୦୪/୨୧ (ଜିଲ୍ଲା ଖବର) : ଆଜି ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ । ରାଜ୍ୟରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତି ସପ୍ତାହରେ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ଏହି ସମୟରେ ଶ୍ରୀମନ୍ଦିର ବାହାର ଓ ଭିତର ବିଶୋଧନ କରାଯିବ । ସେହିପରି ରାତିରେ ମନ୍ଦିର ବନ୍ଦ ପରେ ସପ୍ତାହରେ ଦୁଇ ଥର ସାନିଟାଇଜ କରାଯିବ । ରବିବାର ବ୍ୟତୀତ ଅନ୍ୟଦିନ ସକାଳ 6ଟାରୁ ଭକ୍ତ, ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଶ୍ରୀମନ୍ଦିରରେ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ମାସ୍କ ଓ ସାନିଟାଇଜ ବାଧ୍ୟତାମୂଳକ କରାଯାଇଛି ।



