Monday, November 16, 2026
Home ଆଞ୍ଚଳିକ ଗାନ୍ଧୀ ମୂର୍ତ୍ତିତଳେ ବିଜେପି ବିଧାୟକଙ୍କ ଅହୋରାତ୍ର ଧାରଣା

ଗାନ୍ଧୀ ମୂର୍ତ୍ତିତଳେ ବିଜେପି ବିଧାୟକଙ୍କ ଅହୋରାତ୍ର ଧାରଣା

75

ଭୁବନେଶ୍ଵର, ୦୪/୦୪/୨୧ (ଜିଲ୍ଲା ଖବର) : ବିଧାନସଭା ପରିସରରେ ଗାନ୍ଧୀ ମୂର୍ତ୍ତିତଳେ ବିଜେପି ବିଧାୟକଙ୍କ ଅହୋରାତ୍ର ଧାରଣା ଦେଇଛନ୍ତି। ଗତକାଲିଠୁ ବିଜେପିର ବିଧାୟକ ଧାରଣାରେ ବସି ରହିଛନ୍ତି । ବିରୋଧୀଙ୍କ ଅଭିଯୋଗ ଅନୁସାରେ, ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି। ବିରୋଧୀ ଦଳ ନେତାଙ୍କୁ ଗୃହରେ କହିବାକୁ ସୁଯୋଗ ମିଳୁନଥିବା ବିଜେପି ବିଧାୟକ ଅଭିଯୋଗ ଆଣିଛନ୍ତି। ଗତକାଲି ଗୃହରେ ବାଚସ୍ପତିଙ୍କ ପୋଡିୟମକୁ ବିରୋଧୀ ଚପଲ ସହ ମାଇକ୍ ଓ ପେପର ଫିଙ୍ଗିଥିବା ଅଭିଯୋଗ ହୋଇଥିଲା। ବିଧାନସଭାରେ ଏଭଳି ଅପ୍ରୀତିକର ପରିସ୍ଥିତି ପରେ ବିଜେପିର ତିନି ବିଧାୟକ ସସପେଣ୍ଡ ହୋଇଥିଲେ।