Monday, November 16, 2026
Home ଆଞ୍ଚଳିକ ମାନିଲେ ନାହିଁ ନିୟମ: ସିଲ ହେଲା ବାର-ରେଷ୍ଟୁରାଣ୍ଟ ଓ ଫାଷ୍ଟଫୁଡ଼

ମାନିଲେ ନାହିଁ ନିୟମ: ସିଲ ହେଲା ବାର-ରେଷ୍ଟୁରାଣ୍ଟ ଓ ଫାଷ୍ଟଫୁଡ଼

12

ଭୁବନେଶ୍ୱର,୦୪/୦୪/୨୧ (ଜିଲ୍ଲା ଖବର) : କୋଭିଡ ନିୟମ ମାନିଲେ ନାହିଁ ସିଲ ହେଲା ବାର, ରେଷ୍ଟୁରାଣ୍ଟ, ଫାଷ୍ଟଫୁଡ଼ । ମୁହଁରେ ମାସ୍କ ନଥିଲା କି ଗ୍ରାହକଙ୍କ ମୁହଁରେ ମାସ୍କ ଦେଖାନଥିଲା । ଏମିତିକି ସାମାଜିକ ଦୂରତାର ବି ବେଖାତିର ଚାଲିଥିଲା ବାର । ଭୁବନେଶ୍ୱରର ନର୍ଥ ଜୋନ ପଟିଆ ଇନଫୋସିଟି ଏରିଆରେ ଅତର୍କିତ ଚଢ଼ାଉ କରିଥିଲା ବିଏମସି ଓ ବିଡିଏର ଟିମ । ଟିମରେ ଥିଲେ ଅତିରିକ୍ତ କମିଶନର ଉତର ଜୋନ, ବିଡିଏ ଟିମ ପହଞ୍ଚି ବାରକୁ ସିଲ କରିବା ସହ ଜୋରିମାନା ଆଦାୟ ପାଇଁ ନୋଟିସ କରିଛି । ଖାଲି ସେତିକି ନୁହେଁ, ଇନଫୋସିଟି ଅଞ୍ଚଳରେ ଚାଲୁଥିବା ଫାଷ୍ଟଫୁଡ଼ ଦୋକାନକୁ ସିଲ କରାଯାଇଛି । ଏହାସହ ଫାଷ୍ଟ ଫୁଡ଼ ମାଲିକଙ୍କୁ 15 ଶହ ଟଙ୍କା ଜୋରିମାନା ଆଦାୟ କରିଛି ଟିମ ।