ଛତିଶଗଡ଼ରେ ବଢୁଛି କରୋନା, ଓଡ଼ିଶାକୁ ଘାରିଛି ଭୟ

8

ଝାରସୁଗୁଡା,୦୪/୦୪/୨୧ (ଜିଲ୍ଲା ଖବର) : ଓଡ଼ିଶାକୁ ଛତିଶଗଡ଼ ଟେନସନ । ଛତିଶଗଡ଼ରେ ଦୈନିକ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତ 24 ଘଣ୍ଟାରେ ଛତିଶଗଡ଼ରେ 5818 ପଜିଟିଭ ଚିହ୍ନଟ ହୋଇଛନ୍ତି । ପଶ୍ଚିମ ଓଡ଼ିଶାର ଲୋକେ ରାୟପୁର ଉପରେ ନିର୍ଭରଶୀଳ ଥିବାରୁ ଓଡିଶା-ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଝାରସୁଗୁଡା ଜିଲା ପ୍ରଶାସନ ପକ୍ଷରୁ ସୀମାବର୍ତ୍ତୀ ଇଲାକାରେ ମାସ୍କ ଚେକିଂକୁ କଡ଼ାକଡ଼ି କରାଯାଇଛି । ଏଥିସହ ଝାରସୁଗୁଡା ସହରର 8ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ କରିବା ସହ କିର୍ମିରା ବ୍ଲକର 3ଟି ଅଞ୍ଚଳ ସମେତ ଲଖନପୁର ବ୍ଲକର ପିପିଲିମାଲରେ କଣ୍ଟେନମେଣ୍ଟ କରାଯାଇଛି। ଅପରପକ୍ଷରେ ଝାରସୁଗୁଡା ଜିଲ୍ଲାରେ କାଲିଠୁ ନାଇଟ କର୍ଫ୍ୟୁ  ।