Wednesday, July 22, 2026
Home ଆଞ୍ଚଳିକ ଷ୍ଟେଜ ଉପରେ ଜୁବେନ ଗୀତ ଗାଉଥିବା ସମୟରେ ପହଞ୍ଚିଲା ପୋଲିସ୍

ଷ୍ଟେଜ ଉପରେ ଜୁବେନ ଗୀତ ଗାଉଥିବା ସମୟରେ ପହଞ୍ଚିଲା ପୋଲିସ୍

14

ବାଲେଶ୍ୱର, ୦୪/୦୪/୨୧ (ଜିଲ୍ଲା ଖବର) : ସୋସିଆଲ ମିଡିଆରେ ଟ୍ରୋଲ ହେଉଛି ବଲିଉଡ କଣ୍ଠଶିଳ୍ପୀ ଜୁବେନ ନୋଟିୟାଲଙ୍କ ଭିଡିଓ । ଗତକାଲି ବାଲେଶ୍ୱରରେ ଏକ ସାଂସ୍କୃତିକ କାର୍ଯ୍ୟକର୍ମରେ ପ୍ରସିଦ୍ଧ ବଲିଉଡ ସିଙ୍ଗର ଜୁବେନ ନୋଟିୟାଲ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ବିଳମ୍ଵିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ଷ୍ଟେଜ ଉପରେ ଜୁବେନ ଗୀତ  ଗାଉଥିବା ସମୟରେ ବାଲେଶ୍ଵର ପୋଲିସ ପହଁଚିଥିଲା ଏବଂ କାର୍ଯ୍ୟକ୍ରମକୁ ବନ୍ଦ କରିଦେଇଥିଲା । ଏହି ଘଟଣା ଦର୍ଶକମାନେ ମୋବାଇଲରେ ରେକଡିଂ କରି ସୋସିଆଲ ମିଡିଆରେ ଛାଡି ଦେଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ଟ୍ରୋଲ ହେବାରେ ଲାଗିଛି ।