Wednesday, November 11, 2026
Home ଆଞ୍ଚଳିକ ଆନ୍ଧ୍ରବ୍ୟାଙ୍କ ଗଳିରାସ୍ତାରେ କୃତ୍ରିମ ଜଳାଶୟ

ଆନ୍ଧ୍ରବ୍ୟାଙ୍କ ଗଳିରାସ୍ତାରେ କୃତ୍ରିମ ଜଳାଶୟ

239

ଜଟଣୀ,୩/୦୪(ଜିଲ୍ଲା ଖଵର) : ଖୋର୍ଦ୍ଧା ମୂଖ୍ୟରାସ୍ତାର ସୀତାରାମ ଛକଠାରେ ଥିବା ଆନ୍ଧ୍ରବ୍ୟାଙ୍କ ନିକଟରେ ଗତକିଛିଦିନ ହେଲା ନର୍ଦ୍ଧମାଜଳ ଜମିରହି ଏକ କୃତ୍ରିମ ଜଳାଶୟ ସୃଷ୍ଟି ହୋଇଛି । ଫଳରେ ଏହିବାଟଦେଇ ଯାଉଥିବା ପଥଚାରୀମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଥିବା ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗରେ ଦର୍ଶାଯାଇଛି । ସୁଚନାନୁସାରେ, ଜଟଣୀ ପୈାରପରିଷଦ ୱାର୍ଡ ନଂ ୬ ଅଧିନସ୍ଥ ଜଟଣୀ-ଖୋର୍ଦ୍ଧା ମୂଖ୍ୟରାସ୍ତାର ସୀତାରାମଛକଠାରେ ଜଟଣୀର ବହୁପ୍ରତିକ୍ଷୀତ ଫ୍ଲାଏଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଜାରି ରହିଛି । ତେଣୁ ଥାନାଛକଠାରୁ ମୂଖ୍ୟରାସ୍ତାଦେଇ କୁଦିଆରୀ ଅଂଚଳକୁ ଯାଆସ କରିବାଲାଗି ମୂଖ୍ୟରାସ୍ତାଟି ବନ୍ଦ ରହିଛି । ମାତ୍ର ସୀତାରାମଛକଠାରୁ ମୁଣ୍ଡିଆସାହିକୁ ଯିବାଲାଗି ଜଟଣୀ ଆନ୍ଧ୍ରବ୍ୟାଙ୍କ ଗଳି ରାସ୍ତା ହେଉଛି ଏକମାତ୍ର ରାସ୍ତା । ତେବେ କିଛିଦିନ ହେଲା ଉକ୍ତ ବ୍ୟାଙ୍କ ନିକଟ ଗଳିରାସ୍ତାରେ ପାଣିଜମି କୃତ୍ରିମ ଜଳାଶୟ ସୃଷ୍ଟି ହୋଇଛି । ଏହା ସହିତ ଏହି ଜଳାଶୟରେ ବର୍ଜ୍ୟବସ୍ତୁ ପଡି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଗଲାଣି । ଏହି ବାଟଦେଇ ବାଲିଛକ ମୁଣ୍ଡିଆସାହିକୁ ଯାଆସ କରିବା ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଅନ୍ୟପକ୍ଷରେ ଉକ୍ତ ବ୍ୟାଙ୍କକୁ ଆସୁଥିବା ଗ୍ରାହକମାନେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ବ୍ୟାଙ୍କ କାର୍ଯ୍ୟରେ ଆସିବାକୁ ମୁହଁ ମୋଡୁଛନ୍ତି । ମାତ୍ର ଏଥିପ୍ରତି ବ୍ୟାଙ୍କ କର୍ତୃପକ୍ଷ ଓ ପୈାରପରିଷଦ ଆଦୈାଂ ଦୃଷ୍ଟି ଦେଉନଥିବା କେତେକ ଗ୍ରାହକମାନେ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ମହାମାରୀ କରୋନା ସଂକ୍ରମଣରେ ଲୋକେ ଆକ୍ରାନ୍ତ ହେଉଥିବା ନେଇ ଜିଲାପ୍ରଶାସନ ଜିଲା ଓ ବ୍ଲକସ୍ତରରେ ବାରମ୍ବାର ସଚେତନତା ବୈଠକ ଆୟୋଜନ କରୁଥିବା ବେଳେ ଏପରି ଅସ୍ୱାସ୍ଥ୍ୟକର ପରିବେଶ କୋଭିଡ ଆଇନକୁ ଉଲଂଘନ କରୁଥିବା କୁହାଯାଉଛି ।
ରୀପୋର୍ଟ ,ସଞ୍ଜୀବ କୁମାର