
ପୁରୀ, ୦୩/୦୪/୨୧ (ଜିଲ୍ଲା ଖବର) : ଆଜି ଥିଲା ବଡଦାଣ୍ଡ ସେବା କାର୍ଯ୍ୟକ୍ରମର ପଞ୍ଚମ ସପ୍ତାହ। ପ୍ରତ୍ୟେକ ଶନିବାର ସକାଳେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଆଜି ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଶହଶହ ସଂଖ୍ୟାରେ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ। ବଡଦାଣ୍ଡକୁ ସାମୁହିକ ଭାବେ ସଫା କରିବା ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗତ 4 ସପ୍ତାହ ଧରି ଆରମ୍ଭ ହୋଇଥିବା ଏହି ସାମୁହିକ ସଫେଇ ଅଭିଯାନରେ ପୁରୀ ବଡଦାଣ୍ଡକୁ ସଫା କରାଯାଇଥିଲା। ବଡଦାଣ୍ଡକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତଙ୍କୁ ନିଵେଦନ କରିଥିଲେ l ତିନି କିଲୋମିଟର ବଡଦାଣ୍ଡକୁ 5ଟି ଜୋନରେ ବିଭକ୍ତ କରାଯାଇ ସଫାଇ ଅଭିଯାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।



