ନକଲି ମଦ ବିକ୍ରି ବେଳେ ଅବକାରୀ ବିଭାଗର ଚଢାଉ

35

ଢେଙ୍କାନାଳ, ୦୩/୦୪/୨୧ (ଜିଲ୍ଲା ଖବର) : ନକଲି ମଦ ବିକ୍ରି ବେଳେ ଅବକାରୀ ବିଭାଗର ଚଢାଉ। ଢେଙ୍କାନାଳ କାମାକ୍ଷାନଗର ଅବକାରୀ ବିଭାଗ  ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢାଉରେ ପୋଲିସ ଜଣକୁ ଗିରଫ କରିଛି । ଗିରଫ ହୋଇଥିବା ମଦ ବେପାରୀ ଜଣକ ହେଲେ ଭୁବନ ଏନଏସି 15ନମ୍ବର ୱାର୍ଡର ସୁଶାନ୍ତ ଗୁରୁ । ସୁଶାନ୍ତଙ୍କ ଠାରୁ 100ଲିଟର ଦେଶୀ ମଦ, 2ଲିଟର ସ୍ପିରିଟ, 1ଲିଟର କାରାମେଲ, 70ଟି ଖୋଲା ମଦ ବୋତଲ, 100ଟି ନକଲି ଠିପି ଇତ୍ୟାଦି ଜବତ କରାଯିବା ସହ ତାଙ୍କୁ କାମାକ୍ଷାନଗର କୋର୍ଟରେ ହାଜର କରାଯାଇଛି । ଏହି ଚଢ଼ାଉରେ କାମାକ୍ଷାନଗର ଅବକାରୀ ଅଧିକାରିଣୀ ମାନସୀ ସାହୁ ଓ ସମସ୍ତ କର୍ମଚାରୀ ସାମିଲ ଥିଲେ।