Sunday, October 11, 2026
Home ଆଞ୍ଚଳିକ ସୁନ୍ଦରଗଡ଼ରେ ଦ୍ଵିତୀୟ ଏମ୍ସ ନେଇ ଆଜି ଭିତ୍ତିଭୂମିର ଅନୁଧ୍ୟାନ କରିବ କେନ୍ଦ୍ର ବୈଷୟିକ ଟିମ୍

ସୁନ୍ଦରଗଡ଼ରେ ଦ୍ଵିତୀୟ ଏମ୍ସ ନେଇ ଆଜି ଭିତ୍ତିଭୂମିର ଅନୁଧ୍ୟାନ କରିବ କେନ୍ଦ୍ର ବୈଷୟିକ ଟିମ୍

12

ସୁନ୍ଦରଗଡ଼,୦୩/୦୪/୨୧ (ଜିଲ୍ଲା ଖବର) : ସୁନ୍ଦରଗଡ଼ରେ ଦ୍ଵିତୀୟ ଏମ୍ସ ନେଇ ଆଜି କେନ୍ଦ୍ର ବୈଷୟିକ ଟିମ୍ ଭିତ୍ତିଭୂମିର ଅନୁଧ୍ୟାନ କରିବ ।  ସୁନ୍ଦରଗଡ଼ ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ଓଡ଼ିଶାର ଦ୍ବିତୀୟ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଥିଲେ। ଏହା ପରେ କେନ୍ଦ୍ରର ଏକ ବୈଷୟିକ ଟିମ୍ ଏହାର ଭିତ୍ତିଭୂମିର ଅନୁଧ୍ୟାନ ପାଇଁ ଶୁକ୍ରବାର ସୁନ୍ଦରଗଡ଼ ପହଞ୍ଚିଛନ୍ତି। ଟିମ୍ ଏନଟିପିସି ଦର୍ଲିପାଲିସ୍ଥିତ ଅତିଥି ଭବନରେ ରାତ୍ରିଯାପନ କରିବା ପରେ ଶନିବାର ସକାଳେ ସୁନ୍ଦରଗଡ଼ ଶଙ୍କରାସ୍ଥିତ ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି। ହସ୍ପିଟାଲର ଭିତ୍ତିଭୂମି ନିରୀକ୍ଷଣ କରି ଟିମ୍ କେନ୍ଦ୍ରକୁ ପ୍ରାଥମିକ ରିପୋର୍ଟ ଦେବ।