
୦୩/୦୪/୨୧ (ଜିଲ୍ଲା ଖବର) : ବଢ଼ୁଛି ସଂକ୍ରମଣ, ବଢ଼ୁଛି ଚିନ୍ତା । ଆଜିଠାରୁ ପୁଣେରେ ୧୨ ଘଣ୍ଟିଆ ନାଇଟ୍ କର୍ଫ୍ୟୁ। କରୋନାର ଭୟାବହତା ଯେଉଁଭଳି ଭାବରେ ବଢ଼ି ବଢ଼ି ଚାଲିଛି ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ମହାରାଷ୍ଟ୍ରର ପୁଣେର ଅଧିକାରୀମାନେ ଶନିବାର ଠାରୁ ୧୨ ଘଣ୍ଟିଆ ରାତ୍ରି କର୍ଫ୍ୟୁ ଲାଗୁ କରିଛନ୍ତି । ଏହାସହିତ ଜିଲ୍ଲାରେ ବାର, ହୋଟେଲ, ରେଷ୍ଟୁରାଣ୍ଟ ଏବଂ ମଲ୍ ବନ୍ଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୭ ଦିନ ପାଇଁ ଏହି କଟକଣା ଜାରି ରହିବ ବୋଲି ପୁଣେର ଜଣେ ଅଧିକାରୀ କହିଛନ୍ତି। ଲଗାତାର ଦୁଇ ଦିନ ମଧ୍ୟରେ ୮,୦୦୦ ରୁ ଅଧିକ କୋଭିଡ-୧୯ ମାମଲା ରିପୋର୍ଟ ହେବା ପରେ ପ୍ରଶାସନ ଶୁକ୍ରବାର ଦିନ ଜିଲ୍ଲାରେ କଡା ପ୍ରତିବନ୍ଧକ ଲଗାଇଛି। ପ୍ରତ୍ୟେକ ଦିନ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏହାକୁ ନେଇ ଚିନ୍ତାର କାରଣ ପାଲଟିଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।


