
ଆବଶ୍ୟକ ସାମଗ୍ରୀ-
ଅଦା, ଚିନି, ପାଚିଲା କମଳା ଚୋପା, କମଳା ରସ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଅଦାକୁ ଧୋଇ ଚୋପା ଛଡେଇ ଛେଚି ରଖିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ଛେଚା ଅଦା ପକାଇ ଫ୍ରାଏ କରିବେ । ଦେଖିବେ ଅଦାର କଂଚା ବାସ୍ନା ଯିବା ପରେ, ସେଥିରେ ଚିନି ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳି ଭଲଭାବେ ଗୋଳାଇବେ । ତାପରେ ସେଥିରେ ପାଚିଲା କମଳା ଚୋପାକୁ ଗ୍ରେଡ୍ କରି ଅଳ୍ପ ପକାଇବେ । ଏହାପରେ ସେଥିରେ କମଳା ରସ ଚିପୁଡି ପକାଇ , ଭଲଭାବେ ମିକ୍ସ କରିବେ । ଏହାପରେ ଦେଖିବେ ଏହା ଜେଲି ଭଳି ବହଳିଆ ହୋଇ ଆସିଲେ ଗ୍ୟାସ୍ ବନ୍ଦ କରି ଏକ କାଚ ଜାରରେ ରଖିବେ । ପ୍ରସ୍ତୁତ ହୋଇଗଲା ଅଦା ଜାମ୍ । ଏବେ ଏହାକୁ ରୋଟି ବା ପରଟା ସହିତ ଖାଇ ପାରିବେ ।


