

ଦାରିଙ୍ଗବାଡି,(ପ୍ରିୟରଞ୍ଜନ ନାୟକ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନାରେ ମା ଦୁର୍ଗାପୂଜା କରାଯାଇଛି I ଏହି ପୂଜା ବହୁ ବର୍ଷ ପୂର୍ବରୁ ଏମିତି ପୂଜା କରାଯାଏ ତାହା ଶୁଣିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଗ୍ରୀନବାଡ଼ି ଗ୍ରାମର ପୂଜାକମିଟି ମା ଠାକୁରାଣୀ ମନ୍ଦିର ଠାରୁ ଯୋଗାଡ଼ ବାହାର କରି ଦାରିଙ୍ଗବାଡି ଥାନା ପର୍ଯ୍ୟନ୍ତ ଆସିଥାନ୍ତି ତାପରେ ଯାଇ ଥାନାରେ ପୂଜା ଆରମ୍ଭ ହୁଏ ଏମିତି ବହୁବର୍ଷ ହେଲା ଚାଲିଛି ଏହି ପୂଜା ଦେଖିବାକୁ ବହୁ ଜନସାଧାରଣଙ୍କ ଭିଡ଼ ଜମିଥିଲା I ଏହି ଯୋଗାଡ଼ ବାହାରିବା ସମୟରେ ଗ୍ରାମର ସଭାପତି ପ୍ରତାପ ଚନ୍ଦ୍ର ନାୟକ, ଉପସଭାପତି ଗୋପାଳ ନାୟକ, ଓ ଥାନା ଅଧିକାରୀ କୌଶିକ ମାଝୀ ପୂଜା ଆରମ୍ଭ ହୋଇଥିଲା ବୁଲୁ ତ୍ରିପାଠୀ ପୁରୋହିତ କାମ କରିଥିଲେ I



