Friday, November 13, 2026
Home ଆଞ୍ଚଳିକ ଦନ୍ତା ଆକ୍ରମଣରେ ଜଣେ ମହିଳା ମୃତ, ୩ ଗୁରୁତର

ଦନ୍ତା ଆକ୍ରମଣରେ ଜଣେ ମହିଳା ମୃତ, ୩ ଗୁରୁତର

9

ଖୋର୍ଦ୍ଧା,୦୩/୦୪/୨୧ (ଜିଲ୍ଲା ଖବର) :  ଖୋର୍ଦ୍ଧା ବନଖଣ୍ଡ ଅଧୀନସ୍ଥ ଧଉଳିମୁଁହ ଗ୍ରାମପଞ୍ଚାୟତର ଦୁର୍ଗାପୁର ଗ୍ରାମରେ ହାତୀ ଆତଙ୍କ। ଦନ୍ତା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତ ମହିଳାଙ୍କ ନାମ ମଞ୍ଜୁଲତା ବେହେରା । ସକାଳୁ ଉଠି ବାରିପଟରେ ଘର ନିତ୍ୟକର୍ମ କରୁଥିବା ବେଳେ ହାତୀ ଆକ୍ରମଣ କରିଥିବା ସୂଚନା ମିଳିଛି ।