Home ଆଞ୍ଚଳିକ ଆଦିବାସୀ ଛାତ୍ରଙ୍କ ହଷ୍ଟେଲ ଟଙ୍କା ହଡ଼ପ ଅଭିଯୋଗ

ଆଦିବାସୀ ଛାତ୍ରଙ୍କ ହଷ୍ଟେଲ ଟଙ୍କା ହଡ଼ପ ଅଭିଯୋଗ

10

ବାଲେଶ୍ୱର, ୦୩/୦୪/୨୧ (ଜିଲ୍ଲା ଖବର) :  ଆଦିବାସୀ ଛାତ୍ରଙ୍କ ହଷ୍ଟେଲ ଟଙ୍କା ହଡ଼ପ ଅଭିଯୋଗ । ନୀଳଗିରି ବ୍ଲକ ଉଦୟ ନାରାୟଣ ବିଦ୍ୟାପୀଠର ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ଗିରଫ  କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ପ୍ରତିବାଦରେ ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖାଯାଇଛି ।  ନୀଳଗିରି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବଳୟରେ ଗିରଫ ପୁର୍ବତନ ପ୍ରଧାନ ଶିକ୍ଷକ ସୁରେଶ କୁମାର ଦାସ ଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରି କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ସ୍କୁଲ ଯାଇ ପାସବୁକ ସମେତ ଜରୁରୀ କାଗଜ ପତ୍ର ସିଜ କରିଛନ୍ତି ।