Thursday, November 12, 2026
Home ଆଞ୍ଚଳିକ ଜିମ୍‌ରେ ଝାଳବୁହା ପରିଶ୍ରମ କରୁଛନ୍ତି କ୍ୟାଟ୍ରିନା କୈଫ୍

ଜିମ୍‌ରେ ଝାଳବୁହା ପରିଶ୍ରମ କରୁଛନ୍ତି କ୍ୟାଟ୍ରିନା କୈଫ୍

21

ନୂଆଦିଲ୍ଲୀ, ୦୩/୦୪/୨୧ (ଜିଲ୍ଲା ଖବର) : ଅଭିନେତ୍ରୀ କ୍ୟାଟ୍ରିନା କୈଫ୍  ସବୁବେଳେ ତାଙ୍କ  ଲୁକ୍ ଓ ତାଙ୍କ ଡାନ୍ସ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ସବୁବେଳେ ଇନ୍‌ଷ୍ଟାଗ୍ରାମ୍ ଆକାଉଂଟରେ ସେ ତାଙ୍କର ଫିଟ୍‌ନେସ୍ ଭିଡିଓ ସେୟାର କରନ୍ତି । 

ନିକଟରେ ପୁଣି ଥରେ ସେ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ ସେ ଜିମ୍‌ରେ ଝାଳ ବୁହାଉଥିବା ନଜର ଆସୁଛନ୍ତି । ଏଥିରେ କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳୁଛି । ଏହା ସହିତ ସେ ଏକଦମ୍ ମନଧ୍ୟାନ ଦେଇ ଏକ୍ସର୍‌ସାଇଜ୍ କରୁଛନ୍ତି । ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ସେୟାର କରି କ୍ୟାଟ୍ରିନା ଲେଖିଛନ୍ତି ଯେ, ‘ନୂଆ କିଛି ଶିଖୁଛି । ନିଜ ଗତିକୁ ହାସଲ କରିବାକୁ ଚେଷ୍ଟା କରୁଛି । କିଛି ଜବରଦସ୍ତି  କରୁ ନାହାଁନ୍ତି । ସବୁକିଛି ଆପେଆପେ ହେଉଛି ‘ । ତାଙ୍କର ଏହି ପୋଷ୍ଟରୁ ଯାହା ଅନୁମାନ କରାଯାଉଛି, ସେ କିଛି ଖାସ୍ କାରଣ ପାଇଁ ନିଜକୁ ପ୍ରସ୍ତୁତ  କରୁଛନ୍ତି ।