ପଶ୍ଚିମ ଓଡିଶା ପାଇଁ ଖୁସି ଖବର, ଏଣିକି ସହଜ ହେବ ଝାରସୁଗୁଡ଼ାରୁ ଚେନ୍ନାଇ ଯାତ୍ରା

5

ଝାରସୁଗୁଡ଼ା, ୦୩/୦୪/୨୧ (ଜିଲ୍ଲା ଖବର) : ପଶ୍ଚିମ ଓଡିଶା ପାଇଁ ଖୁସି ଖବର । ପୁଣି ଏକ ମେଟ୍ରୋ ସହର ସହ ଯୋଡ଼ି ହେଉଛି ଝାରସୁଗୁଡ଼ା । ଉଡ଼ାଣ ଯୋଜନାରେ ଗୋଟିଏ ପରେ ଦେଶର ଗୋଟିଏ ସହର ସହ ଯୋଡ଼ି ହେଲା ଝାରସୁଗୁଡ଼ା । ଏଣିକି ସହଜ ହେବ ଝାରସୁଗୁଡ଼ାରୁ ଚେନ୍ନାଇ ଯାତ୍ରା। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଚେନ୍ନାଇକୁ ବିମାନ ସେବା ଶୁଭାରମ୍ଭ ହୋଇଛି ।  ସ୍ପାଇସଜେଟ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଛି। ଏହି ବିମାନ ସେବା ଦ୍ବାରା ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ଲୋକଙ୍କୁ ଫାଇଦା ମିଳିବ। ପୂର୍ବରୁ ସମସ୍ତ ମେଟ୍ରୋ ସିଟିଗୁଡ଼ିକୁ ବିମାନ ସେବା ଆରମ୍ଭ ହୋଇସାରିଛି।