Sunday, November 15, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! ହରିହରନ୍

ଜନ୍ମଦିନର ଶୁଭେଚ୍ଛା ! ହରିହରନ୍

28

ନୂଆଦିଲ୍ଲୀ, ୦୩/୦୪/୨୧ (ଜିଲ୍ଲା ଖବର) : ନିଜ ଗାୟିକିରେ ସମସ୍ତଙ୍କୁ ଦିୱାନା କରୁଥିବା ଗାୟକ ହରିହରନଙ୍କ ଆଜି ଜନ୍ମଦିନ । ସେ ୩ ଏପ୍ରିଲ ୧୯୫୫ରେ ମୁମ୍ବାଇର ଏକ ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିଲେ ।  ଘରେ ତାଙ୍କର ସଙ୍ଗୀତର ମାହୋଲ ରହିଥିଲା । ଯାହା ଫଳରେ ସେ ମଧ୍ୟ ସଙ୍ଗୀତ ପ୍ରେମୀ ହୋଇଥିଲେ ।

  ଖୁବ୍ କମ୍ ବର୍ଷ ବୟସରୁ ସଙ୍ଗୀତ ଶିକ୍ଷା ଗ୍ରହଣ କରିବା ଆରମ୍ଭ କରିଥିଲେ । ଦିନରେ ପାଖାପାଖି ୧୩ ଘଂଟା ସେ ରିଆଜ୍ କରୁଥିଲେ ।   ହରିହରନ୍ ହିନ୍ଦୀ, ମଲାୟାଲମ୍‌, ତେଲୁଗୁ, କନ୍ନଡ, ଭୋଜପୁରୀ ଏବଂ ମରାଠୀ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି ।  ହରିହରନ୍ ୧୯୯୨ରେ ଏ ଆର୍ ରହମାନ୍‌ଙ୍କ  ସହ ଗାଇବା ଆରମ୍ଭ କରିଥିଲେ ।

ଏହାପରଠାରୁ ସେ ଜଣେ ଜଣାଶୁଣା ନାଁ ଭାବେ ପରିଚିତ ହେଲେ । ପ୍ରକାଶ ଥାଉକି, ପଦ୍ମଶ୍ରୀ ଓ ଦୁଇଟି ରାଷ୍ଟ୍ରୀୟ ପୁରସ୍କାରରେ ହରିହରନଙ୍କୁ ସମ୍ମାନିତ କରାଯାଇଛି ।  ଅନେକ୍ ହିଟ ଗୀତରେ ସେ ନିଜର କଣ୍ଠଦାନ କରିଛନ୍ତି । ତାଙ୍କ ଗାୟିକିକୁ ଶ୍ରୋତା ମଧ୍ୟ ବେଶ ପସନ୍ଦ  କରନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ  ତାଙ୍କୁ ଜନ୍ମଦିନର ଅନେକ୍ ଅନେକ୍ ଶୁଭକାମନା ।