
୦୩/୦୪/୨୧ (ଜିଲ୍ଲା ଖବର) : ଆଜି ସରଗରମ ହୋଇପାରେ ଗୃହ । ଆଜି ପ୍ରଶ୍ନକାଳରେ ମହିଳା ଶିଶୁ ବିକାଶ, ମିସନ ଶକ୍ତି, ଦକ୍ଷତା ବିକାଶ ଓ ବୈଶୟିକ ଶିକ୍ଷା, ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ଶସକ୍ତିକରଣ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ରହିଛି । ୨୦୧୯-୨୦ ବର୍ଷର ସିଏଜି ରିପୋର୍ଟ ଆଜି ବିଧାନସଭାରେ ଉପସ୍ଥାପିତ ହେବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୁଝାରୀ ଏହାକୁ ଗୄହରେ ଉପସ୍ଥାପିତ କରିବେ। ଓଡ଼ିଶା ଲୋକାୟୁକ୍ତ ସଂସୋଧନ ବିଲ ୨୦୨୧, ସମୀତି ପଞ୍ଜିକରଣ ସଂସୋଧନ ବିଲ ୨୦୨୧, ଓଡିଶା ବୀତିୟ ଉତ୍ତର ଦାୟୀ ଓ ବଜେଟ ପରିଚାଳନା ବିଲ, ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂସୋଧନ ବିଲ , ଜାଭିୟର ଓଡିଶା ସଂସୋଧନ ବିଲ ୨୦୨୧ ଉପରେ ଆଲୋଚନା ହୋଇ ପାରିତ ହେବ। ଅନ୍ୟପଟେ ଆଜି ଶେଷ ହୋଇପାରେ ବିଧାନସଭା କାର୍ଯ୍ୟଦିବସ ।


