
ଖୋର୍ଦ୍ଧାରୋଡ଼,୩/୦୪(ଜିଲ୍ଲା ଖଵର) : ୨୦୨୦-୨୧ ଆର୍ଥିକ ବର୍ଷର ଶେଷ ଦିନ ମାର୍ଚ୍ଚ ୩୧ ତାରିଖ ଗୋଟିଏ ଦିନରେ ମାଲ୍ ପରିବହନ କରି ଖୋର୍ଦ୍ଧାରୋଡ଼ ରେଳବାଇ ୮୭ ୩୯ କୋଟି ଟଙ୍କା ଆୟ କରିଥିବା ସୂଚନା ଦେଇଛି । ୧୭୮ଟି ମାଲଗାଡ଼ିରେ ୧୧୦୦୪ ମାଲ୍ ପରିବହନ କରି ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ନୂତନ ରେର୍କଡ଼ ସୃଷ୍ଟି କରିଛି । ଏଥିପାଇଁ ସ୍ଥାନୀୟ ଡ଼ିଆରଏମ୍ ଶଶୀକାନ୍ତ ସିଂହ ରେଳ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଥିବା ରେଳବାଇ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି । ମାଲ ପରିବହନରେ ସର୍ବଭାରତୀୟ ସ୍ତରରେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ତୃତୀୟ ସ୍ଥାନରେ ଥିବାବେଳେ ଗତ ବର୍ଷ ତୁଳନାରେ ଅଧୁକ ଲୋର୍ଡ଼ କରିଥିବା ଜଣାପଡ଼ିଛି ।
ରୀପୋର୍ଟ,ସଞ୍ଜୀବ କୁମାର


