Saturday, November 14, 2026
Home ଆଞ୍ଚଳିକ ମନେ ପଡୁଛି ସେହି ଖୁସିର ଦିନ, ଦୀର୍ଘ ୧୦ ବର୍ଷ ପୂର୍ବେ ଆଜିର ଦିନରେ ବିଶ୍ୱକପ...

ମନେ ପଡୁଛି ସେହି ଖୁସିର ଦିନ, ଦୀର୍ଘ ୧୦ ବର୍ଷ ପୂର୍ବେ ଆଜିର ଦିନରେ ବିଶ୍ୱକପ ଜିତିଥିଲା ଭାରତ

43

୦୨/୦୪/୨୧ (ଜିଲ୍ଲା ଖବର) : ସେପଟେ ଦୀର୍ଘ ୧୦ ବର୍ଷ ପୂର୍ବେ ଆଜିର ଦିନରେ ବିଶ୍ୱକପ ଜିତିଥିଲା ଭାରତ । ୨୦୧୧ ଏପ୍ରିଲ୍ ୨ ତାରିଖ ଆଜିର ଦିନରେ ଶ୍ରୀଲଙ୍କାକୁ ହରାଇଥିଲା ଭାରତ । ୧୯୮୩ ପରେ ଦ୍ୱିତୀୟ ଥର ଲାଗି ଭାରତ ହୋଇଥିଲା ବିଶ୍ୱ ବିଜୟୀ । ଭାରତୀୟ ଟିମ୍ ଏହି ପୁରସ୍କାରକୁ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ସମର୍ପଣ କରିଥିଲା । ଭାରତର ଏହି ବିଜୟକୁ ନେଇ ଉତ୍ସାହିତ ହୋଇପଡ଼ିଥିଲା ପୂରା ଦେଶ । ୨୦୧୧ ବିଶ୍ୱକପରେ ଫାଇନାଲ୍ ମୁକାବିଲା ଭାରତ-ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା । ୱାଙ୍ଖେଡ୍ ଷ୍ଟାଡିୟମରେ ହୋଇଥିବା ମହା-ମୁକାବିଲାରେ ଭାରତ ଶ୍ରୀଲଙ୍କାକୁ ହରାଇବା ସହ ଇତିହାସ ରଚିଥିଲା । କାରଣ ଏହା ପୂର୍ବରୁ କୌଣସି ଟିମ୍ ଘରୋଇ ମାଟିରେ ଖେଳି ବିଶ୍ୱକପ୍ ବିଜୟୀ ହୋଇନଥିଲା । ଭାରତ ପ୍ରଥମ ଦଳ ଭାବେ ନିଜ ମାଟିରେ ଖେଳି ହାତେଇଥିଲା ବିଶ୍ୱକପ୍ । ଏହି ମ୍ୟାଚରେ ମହେନ୍ଦ୍ର ସିଂହ ଧୋନି ୯୧ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ । ୮ଟି ଚୌକା ଓ ୨ଟି ଛକା ମାରିଥିଲେ ମାହି । ଧୋନି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଧୋନି ଓ ଗୌତମ ଗମ୍ଭୀର ୧୦୯ରନର ଭାଗିଦାରୀ ପାଳି ଖେଳିଥିଲେ । ଧୋନି ଛକ୍କା ମାରି ଭାରତୀୟ ଦଳକୁ ବିଶ୍ୱ ବିଜୟୀ କରାଇଥିଲେ । ଯେଉଁ ସଟକୁ ଆଜି ବି ମନେ ରଖିଛନ୍ତି କ୍ରିକେଟ୍ ପ୍ରେମୀ ।