Wednesday, November 11, 2026
Home ଆଞ୍ଚଳିକ ଧାରଣାଚ୍ୟୁତ ହେଲା ଟ୍ରେନ୍, ୩୬ ମୃତ

ଧାରଣାଚ୍ୟୁତ ହେଲା ଟ୍ରେନ୍, ୩୬ ମୃତ

15

୦୨/୦୪/୨୧ (ଜିଲ୍ଲା ଖବର) : ତାଇଓ୍ଵାନ୍‌ର ଏକ ଟ୍ରେନ୍ ଧାରଣାଚ୍ୟୁତ ହୋଇଛି । ଏଥିରେ ପାଖାପାଖି ୩୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହାସହ ୭୨ଜଣ ଆହତ ହୋଇଛନ୍ତି । ସୁଡ଼ଙ୍ଗ ପଥ ମଧ୍ୟରେ କେତେକ ବଗି ନଷ୍ଟ ହୋଇ ଖଣ୍ଡ ଖଣ୍ଡ ହୋଇ ଯାଇଥିବା ବେଳେ ଅନ୍ୟ କେତେକ ଚେପା ହୋଇଯାଇଛି। ଫଳତଃ ଉଦ୍ଧାରକାରୀମାନେ ଯାତ୍ରୀମାନଙ୍କ ପାଖରେ ପହଞ୍ଚିବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।ସୂଚନାନୁସାରେ, ତାଇପେଇରୁ ତାଇତୁଙ୍ଗ୍ ଅଭିମୁଖେ ଯାତ୍ରା କରୁଥିବା ଏହି ଏକ୍ସପ୍ରେସ୍ ଟ୍ରେନ୍‌ଟି ପୂର୍ବ ତାଇଓ୍ଵାନ୍‌ର ଉତ୍ତର ହୁଆଲିଏନ୍‌ରେ ଧାରଣାରୁ ବିଚ୍ୟୁତ ହୋଇଯାଇଥିଲା ବୋଲି ତାଇଓ୍ଵାନ୍ ଅଗ୍ନିଶମ ବିଭାଗ କହିଛି। ଟ୍ରେନ୍‌ରେ ପ୍ରାୟ ୩୫୦ଜଣ ଯାତ୍ରୀ ଥିଲେ ବୋଲି ଅଗ୍ନିଶମ ବିଭାଗ କହିଛି। ଟ୍ରେନ୍‌ର ପ୍ରଥମ ୪ଟି ବଗିରୁ ୮୦ରୁ ୧୦୦ ସଂଖ୍ୟକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ୫ରୁ ୮ ପର‌୍ୟ୍ୟନ୍ତ ବଗି ନଷ୍ଟ ହୋଇଯାଇଥିବାରୁ ସେଠାକୁ ଉଦ୍ଧାରକାରୀମାନେ ଯାଇ ପାରୁନାହାନ୍ତି। ତେବେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ 36 ଜଣ ପ୍ରାଣ ହରାଇଥିବା ସୂଚନା ରହିଛି ।