ଭାଉଜକୁ ହତ୍ୟା କଲା ଦିଅର

14

କଟକ,୦୨/୦୪/୨୧ (ଜିଲ୍ଲା ଖବର) : ଭାଉଜକୁ ହତ୍ୟା କଲା ଦିଅର । କଟକ ଶିଖରପୁର ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛି  ।  ଜମି ବାଡ଼ିକୁ କେନ୍ଦ୍ର କରି ଏହି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ଚାଉଳିଆଗଞ୍ଜ ପୋଲିସ୍ ଦିଅରକୁ ଅଟକ ରଖି ପଚରାଉଚରା କରୁଛି । କଟକ ସହରର ଶିଖରପୁର ଉପର ସାହିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଭାଉଜର ଗଳା କାଟି ଦିଅର ହତ୍ୟା କରିଥିବା ଅଭିଯୋଗ ହୋଇଛି। ସମ୍ପତ୍ତି ଲୋଭରେ ଦିଅର ହତ୍ୟା କରିଥାଇ ପାରେ ବୋଲି ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି । ଭିଣୋଇଙ୍କ ମୃତ୍ୟୁ ପରେ ସମ୍ପତ୍ତି ଲୋଭରେ ଦିଅର ତାଙ୍କ ଭଉଣୀ ଓ ପିଲାଙ୍କୁ ନିର‌୍ୟାତନା ଦେଇ ଆସୁଥିଲେ ବୋଲି ମୃତ ମହିଳାଙ୍କ ଭାଇ ଅଭିଯୋଗ ଆଣିଛନ୍ତି। ଏପରିକି ପୂର୍ବରୁ ଥରେ ମାରି ଦେବାକୁ ମଧ୍ୟ ସେ ଚେଷ୍ଟା କରିଥିଲା। ଏନେଇ ସେତେବେଳେ ଥାନାରେ ଅଭିଯୋଗ କରିବା ଲାଗି ଭଉଣୀଙ୍କୁ କହିଥିଲେ। ହେଲେ ଦିଅର ପରିବାରର ଭବିଷ୍ୟତକୁ ଦେଖି ଭଉଣୀ ଅଭିଯୋଗ କରିନଥିଲେ ବୋଲି ମୃତ ମହିଳାଙ୍କ ଭାଇ କହିଛନ୍ତି। ଗତକାଲି ରାତିରେ ଛୁରୀରେ ଭୁଷି ତାଙ୍କ ଭଉଣୀଙ୍କ ହତ୍ୟା କରାଯାଇଛି ବୋଲି ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି ।