Monday, November 16, 2026
Home ଆଞ୍ଚଳିକ ସର୍ବସାଧାରଣରେ ଏକାଠି ପର୍ବ ପାଳନ ମନା, ସର୍ବାଧିକ ୫୦ ଜଣଙ୍କୁ ନେଇ ଚର୍ଚ୍ଚରେ ପାଳନ ହେବ...

ସର୍ବସାଧାରଣରେ ଏକାଠି ପର୍ବ ପାଳନ ମନା, ସର୍ବାଧିକ ୫୦ ଜଣଙ୍କୁ ନେଇ ଚର୍ଚ୍ଚରେ ପାଳନ ହେବ ଉତ୍ସବ

12

  ଭୁବନେଶ୍ୱର, ୦୨/୦୪/୨୧ (ଜିଲ୍ଲା ଖବର) : ଗୁଡ ଫ୍ରାଇଡେକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ନିର୍ଦ୍ଦେଶନାମା । ଗୁଡ୍ ଫ୍ରାଇଡେ ପାଳନ ପାଇଁ ସର୍ବସାଧାରଣ ସ୍ଥାନରେ ଗହଳି ନକରିବାକୁ ଗାଇଡଲାଇନ୍ କୁହାଯାଇଛି । ସେହିପରି ଚର୍ଚ୍ଚ ପରିସରରେ ଏକା ସମୟରେ ସର୍ବାଧିକ ୫୦ଜଣଙ୍କୁ ଧାର୍ମିକ ପରମ୍ପରା ପାଳନ ପାଇଁ ଅନୁମତି ଦିଆଯାଇଛି । ତେବେ ଏଥିପାଇଁ ସାମାଜିକ ଦୂରତା ଏବଂ କୋଭିଡ୍ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପର୍ବପାଳନ ସମୟରେ ଚର୍ଚ୍ଚ ପରିସରରେ ସମସ୍ତେ ମାସ୍କ ପରିଧାନ କରିବା ନେଇ ଚର୍ଚ୍ଚ କର୍ତୃପକ୍ଷ ନିଶ୍ଚିତ କରିବେ । ଚର୍ଚ୍ଚ ପରିସରରେ ହାତ ଧୋଇବା ବ୍ୟବସ୍ଥା କିମ୍ବା ହ୍ୟାଣ୍ଡ ସେନିଟାଇଜର ରଖିବା ବ୍ୟବସ୍ଥା କରିବେ ଚର୍ଚ୍ଚ କର୍ତୃପକ୍ଷ । ତେବେ କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତି, ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ୧୦ ବର୍ଷରୁ କମ ପିଲାଙ୍କୁ ଗୁଡ୍ ଫ୍ରାଇଡେ ପାଳନରୁ ବିରତ ରଖିବାକୁ ଏଥିରେ କୁହାଯାଇଛି ।