

ଆସିକା, ୮/୧୦ (ଖିରୋଦ ବେହେରା) : ଓଡିଶା ଗ୍ରାମ ପଚାଂୟତ କର୍ମଚାରୀ ସଂଘର ବୈଠକ ଆସିକା ନିକଟ ମା ଶ୍ୟାମାଳାଇ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକର ୫୦୩ ଗ୍ରାମ ପଚାଂୟତ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ପିଅନ, ରାତ୍ର ଜଗୁଆଳି ଏବଂ ଝାଡୁଦାର ମାନଙ୍କୁ ଜିଲ୍ଲା ସ୍ତରୀୟ ବୈଠକ ହୋଇଥିଲା । ଏହିବୈଠକ କୁ ଜିଲ୍ଲା ସଭାପତି ବଂଶୀଧର ବିଶ୍ୱାଳ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ସମ୍ପାଦକ ଅରୁପାନନ୍ଦ ଡାକୁଆ ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଗଠନ କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ସେନାପତି, ସମ୍ମାନୀତ ଅତିଥି ଭାବେ ରାଜ୍ୟ ସମ୍ପାଦକ ସୁବ୍ରତ କୁମାର ରାଉଳ, ସମ୍ପାଦକ ତାରିଣୀ ଚରଣ ଭୂୟାଁ ଯୋଗ ଦେଇଥିିଲେ । ଗ୍ରାମ ପଚାଂୟତ କର୍ମଚାରୀ ମାନେ ଗ୍ରାମପଚାଂୟତ କାର୍ଯ୍ୟାଳୟରେ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଯାବତୀୟ କାର୍ଯ୍ୟ ରକ୍ଷଣା ବେକ୍ଷଣ ତଥା ତଦାରଖ କରିଥିଲେ ମଧ୍ୟ ଏମାନଙ୍କୁ ସମାନ କାମକୁ ସମାନ ଦରମା ଦିଆଯାଉନଥିବା ଉପରେ ଆଲୋଚନା ହୋଇଥିଲା । ଗୋତି ଶ୍ରମିକ ଭାବେ ଖଟାଇ ସରପଚଂଙ୍କ ମର୍ଜିରେ ହାତଟେକା ପାରିଶ୍ରମିକ ମାସକୁ କେଉଁଠି ଶହେ ଟଙ୍କା, ୨ଶହ ଟଙ୍କା, ୫ଶହ ଟଙ୍କା, ୧ ହଜାର ଟଙ୍କା, ଅତି ବେଶୀରେ ୧୫ ଶହ ଟଙ୍କା ପାରିଶ୍ରମିକ ଦିଆଯାଉଥିବା ଅଭିଯୋଗ କରାଯାଇଥିଲା । ଏହା ମଧ୍ୟ ଠିକ ସମୟରେ ଦିଆଯାଉନାହିଁ ବୋଲି ବୈଠକରେ ମତ ପ୍ରକାଶ ପାଇଛି । ରାଜ୍ୟ ସରକାର ସମାନ କାମକୁ ସମାନ ଦରମା ଲାଗୁ କରିଥିବା ବେଳେ ଗ୍ରାମ ପଚାଂୟତ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ପିଅନ,ରାତ୍ର ଜଗୁଆଳ ଏବଂ ଝାଡୁଦାର ମାନଙ୍କୁ ରାଜ୍ୟ ସରକାର ଅଣ ଦେଖା କରୁଥିବା ନେଇ ବୈଠକରେ କ୍ଷୋଭ ପ୍ରକାଶ କରାଯାଇଥିଲା । ସ୍ଥାୟୀ ଚାକିରୀ ଓ ନିୟମିତ ଦରମା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ନିକକଟରେ ମୁଖ୍ୟ ଦାବୀ ରଖାଯାଇଥିଲା । ଗଞ୍ଜାମ ଜିଲ୍ଲା ସ୍ତରୀୟ ପିଅନ ସଂଘ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ଉପସ୍ଥାପନ କରାଯିବା ନେଇ ଆଲୋଚନା କରାଯାଇଥିଲା । ଦାବୀ ଯଦି ପୁରଣ କରିବାରେ ଯଦି ବିଳମ୍ବ ହୁଏ ତେବେ ଆନ୍ଦୋଳନକୁ ଜୋରଦାର କରିବା ସହିତ ୬୭୯୮ ଗ୍ରାମ ପଚାଂୟତ କର୍ମଚାରୀ ମାନେ ସାମିଲ ହୋଇ ରାଜ୍ୟ ସରକାରଙ୍କୁ ଅସହଯୋଗ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଥିଲା । ଓଡିଶା ଗ୍ରାମ ପଚାଂୟତର ରୁଲ ୧୨୫/୨୦୧୪ ମସିହାର ନିୟମ ସଂଶୋଧନ କରିବା ସଙ୍ଗେ ସଙ୍ଗେ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା ପାଇଁ ସଭାରେ ଦାବୀ ଉପସ୍ଥାପନା କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ଉପସଭାପତି ମହେଶ୍ୱର ନାୟକ, ସୁଦର୍ଶନ ଡାକୁଆ, ସୂର୍ଯ୍ୟନାରାୟଣ ପ୍ରଧାନ, ସୂଧିର କୁମାର ବେହେରା, ଗଣେଶ ବାରିକ ଓ ରାକେଶ ମହାପାତ୍ର ସମେତ ବହୁ କର୍ମଚାରୀ ଯୋଗ ଦେଇ କାର୍ଯ୍ୟକୁ ପରିଚାଳନା କରିବାରେ ସହ ଯୋଗ କରିଥିଲେ । ନିକଟ ଅତିତରେ ଜିଲ୍ଲାର କେତେକ ଗ୍ରାମ ପଚାଂୟତ କର୍ମଚାରୀଙ୍କ ଦେହ ତ୍ୟାଗ ହୋଇଥିବାରୁ ସେମାନଙ୍କ ଉଦ୍ଦେଶ୍ୟରେ ୨ମିନିଟ ଶୋକ ସଭା କରାଯାଇ ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ନୀରବ ପ୍ରାର୍ଥନା କରାଯାଇଥିଲା ।



