
ଭୁବନେଶ୍ୱର/ନୂଆଦିଲ୍ଲୀ,୦୨/୦୪/୨୧ (ଜିଲ୍ଲା ଖବର) : ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ହାଇଦ୍ରାବାଦରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରି ଦିନ 11ଟା 20ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ଉପରାଷ୍ଟ୍ରପତି ରାଜଭବନକୁ ଯିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ 4ଟା 45 ମିନିଟରେ କଟକର ବିଜୁ ପଟ୍ଟନାୟକ ଛକ ସ୍ଥିତ ଶାରଳା ଭବନରେ ପହଞ୍ଚିବାର କାର୍ଯ୍ୟକ୍ରମର ରହିଛି ।
ଏବଂ ସେଠାରେ ସାରଳା ଦାସଙ୍କ 6ଶହ ତମ ଜନ୍ମ ଜୟନ୍ତୀରେ ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି । ପରେ ରାଜଭବନକୁ ଫେରି ରାତ୍ରିଯାପନ କରିବେ ଉପରାଷ୍ଟ୍ରପତି । 3ତାରିଖ 10ଟା 10 ମିନିଟରେ ଉତ୍କଳ ବିଶ୍ୟବିଦ୍ୟାଳୟର 50ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।



