
୦୨/୦୪/୨୧ (ଜିଲ୍ଲା ଖବର) : ଘରକୁ ଫେରିଲେ ସୂଚନାଧିକାର କର୍ମୀ ସର୍ବେଶ୍ୱର ବେଉରିଆ । ସ୍ୱାଗତ କରିବେ ଧର୍ମଶାଳା ବାସୀ । ସେପଟେ ବିଜେପି ଘେରିବ ଧର୍ମଶାଳା ଥାନା । ଗତ ୨୭ ତାରିଖରେ ବୋମା ମାଡରେ ଗୁରୁତର ହୋଇ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସର୍ବେଶ୍ୱର ବେଉରା ଆଜି ସୁସ୍ଥ ହୋଇ ନିଜ ଘରକୁ ଫେରୁଛନ୍ତି । ତେବେ ସର୍ବେଶ୍ୱରଙ୍କ ଘରକୁ ଫେରିବା କଥା ଜାଣି ଧର୍ମଶାଳାର ଜନସାଧାରଣ ସ୍ୱାଗତ କରିବା ପାଇଁ ଚଣ୍ଡିଖୋଲ ଠାରୁ ତାଙ୍କୁ ଏକ ବାଇକ ରାଲି ମାଧ୍ୟମର ତାଙ୍କ ବାସ ଭବନ ନିକଟରେ ଆଣି ଛାଡ଼ିବେ । ତେବେ ଘଟଣାକୁ ଆଜି ୭ ଦିନ ପୁରିବାକୁ ଥିବାବେଳେ ଧର୍ମଶାଳା ପୋଲିସ ହାତ ସୁନ । ଅପରାଧୀକୁ ଧରିବାତ ଦୂରର କଥା ବର୍ତ୍ତମାନ ପର୍ୟ୍ୟନ୍ତ ପରିବାର ପକ୍ଷରୁ ଦିଆଯାଇଥିବା ଲସକ୍ସ ମଧ୍ୟ ରୁଜୁ କରିଲା ନାହିଁ ପୋଲିସ । ତେବେ ଏହି ଘଟଣାକୁ ନେଇ ଯାଜପୁର ବିଜେପି ପକ୍ଷରୁ ଏକ ରାଲି କରାଯିବା ସହ ଧର୍ମଶାଳା ଥାନାକୁ ଘେରାଉ କରାଯିବ ।


