Sunday, November 15, 2026
Home ଆଞ୍ଚଳିକ ଜଳିଗଲା 14 ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଜଳିଗଲା 14 ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

13

ବାଲେଶ୍ୱର,୦୨/୦୪/୨୧ (ଜିଲ୍ଲା ଖବର) :  ବାଲେଶ୍ୱର ସୋରରେ ଅଘଟଣ । ଚାହୁଁ ଚାହୁଁ ଅକସ୍ମାକ ଜଳିଉଠିଲା ଘରର ଚାଳ ଛଫର। ଆଉ ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଗୋଟିଏ ଘରୁ ନିଆ ଲାଗିଁ ୫ରୁ ଉର୍ଦ୍ଧ ଘର ଜଳି ପୋଢି ପାଉଁଶ  ହୋଇ ହୋଇଗଲା । ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ଥାନା ନଦିଗାଁ ବ୍ରହାଣ ଶାସନରେ। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ରମାକାନ୍ତ ମିଶ୍ର, ସୁସାନ୍ତ ମିଶ୍ର, ଲମ୍ବଧର ପଣ୍ଡାଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା । ୧୪ବଖରା ଘର ନିଆଁ ଲାଗି ଜଳି ପୋଡ଼ି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ ହୋଇଯାଇଛି। ଘଟଣା ସ୍ଥଳରେ ସୋର ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଗାଡି ଆସି ନିଆଁକୁ କାବୁ କରିଥିଲେ।