Monday, November 16, 2026
Home ଆଞ୍ଚଳିକ ଦଶମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା

ଦଶମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା

43

ଜଟଣୀ,୨/୦୪(ଜିଲ୍ଲା ଖଵର) : ସ୍ଥାନୀୟ ବାଲିଛକ ସାହି ର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ନେଇ ଜଟଣୀ ଥାନା ରେ ଅଭିଯୋଗ ହୋଇଛି। ଖବର ପାଇ ପୁଲିସ୍ ଏକ ଅପମୃତ୍ଯୁ ମାମଲା ରୁଜ୍ଜୁ କରି ମୃତ ଦେହକୁ ଜବତ କରିଛି। ମୃତକ ହେଲେ ଶୁଭଙ୍କର ପାଲ୍ ଙ୍କ ଝିଅ ରାଇମା ପାଲ୍। ରାତି ସାଢ଼େ ଦଶଟା ସମୟରେ ଘରେ କେହି ନଥିବା ବେଳେ କେନ୍ଦ୍ରିୟ ବିଦ୍ୟାଳୟ ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅ ରାଇମା ପାଲ୍ ଏକ ଲୁଗା ବେକରେ ବାନ୍ଧି ଫ୍ୟାନ୍ ରେ ଝୁଲିପଡିଥିଲା। କିଛି ସମୟ ପରେ ରାଇମା ର ମା ଘରକୁ ଫେରି ଡାକିଲେ ଜବାବ ନଦେବାରୁ କବାଟ ଭାଙ୍ଗି ଦେଖିଲା ବେଳକୁ ଫ୍ୟାନ୍ ରେ ଝିଅ ଝୁଲନ୍ତା ଅବସ୍ଥାରେ ଥିଲା। ସଙ୍ଗେ ସଙ୍ଗେ ପଡ଼ିଶା ଲୋକ ଙ୍କ ସହଯୋଗ ତଳକୁ ଆଣିଲେ କିନ୍ତୁ ମୃତ୍ୟୁ ର କାରଣ ଅସସ୍ପଷ୍ଟ ରହିଛି ଶବ ବ୍ୟବଚ୍ଛେଦ ହେବ ତଦନ୍ତ ପରେ ଜଣାପଡ଼ିବ ବୋଲି ଥାନା ପକ୍ଷରୁ କୁହାଯାଇଛି।

ରୀପୋର୍ଟ ,ସଞ୍ଜୀବ କୁମାର