
ବାଲିଗୁଡା,୧/୦୪{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଉପଖଣ୍ଡ ସ୍ତରୀୟ ୧୪୪ତମ ଉତ୍କଳ ଦିବସ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହ ଠାରେ ପାଳନ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ପ୍ରଥମେ ମୂଖ୍ୟ ଅତିଥିଙ୍କ ଦ୍ଵାରା ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାସ, ମଧୁସୂଦନ ଦାସଙ୍କ, କବିବର ରାଧାନାଥ ରାଏ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫୋଟରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା |B D O ଜଗଦୀଶ ଷଢଙ୍ଗୀ, ବରିଷ୍ଠ ଆଇନ ଯିବି ଶ୍ରୀ କୌଶିକ ସାହୁ, ଉପଖଣ୍ଡ ଲୋକ ସମ୍ପର୍କ ଏବଂ ସୂଚନା ଅଧିକାରୀ ଜୋସଦା ଗାଦବା,ବିମଲ ବେହେରା, ଓ ସାମ୍ବାଦିକ ଉପସ୍ଥିତ ଥିଲେ |ବନବାସୀ ସେବା ସମିତିର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, ପ୍ରମୁଖ ଉପସ୍ଥିତ ରହି ଉତ୍କଳର ବରପୁତ୍ର ମାନଙ୍କର ସ୍ମୁତି ଚାରଣ କରିଥିଲେ l


