Home ଆଞ୍ଚଳିକ ଆଇପିଏଲ ୨୦୨୧ ; ଚଳିତ ବର୍ଷ ଆଇପିଏଲରୁ ଓହରିଲେ ଜୋଶ ହାଜେଲଉଡ

ଆଇପିଏଲ ୨୦୨୧ ; ଚଳିତ ବର୍ଷ ଆଇପିଏଲରୁ ଓହରିଲେ ଜୋଶ ହାଜେଲଉଡ

19

 ୦୧/୦୪/୨୧ (ଜିଲ୍ଲା ଖବର) : ଚଳିତ ବର୍ଷ ଆଇପିଏଲରୁ ଓହରି ଯାଇଛନ୍ତି ଅଷ୍ଟ୍ରେଲିଆ ତଥା ଚେନ୍ନାଇ ସୁପର କିଙ୍ଗସ ବୋଲର ଜୋସ ହାଜେଲଉଡ । ମହାମାରୀ କରୋନା ସମୟରେ କ୍ରିକେଟ ଖେଳିବା ପାଇଁ ବାରମ୍ବାର ବାୟୋ ସିକ୍ୟୁଅର ବବଲ ମଧ୍ୟରେ ରହିବାକୁ ପଡୁଛି । ଆଗକୁ ଅଷ୍ଟ୍ରେଲିଆ ଦଳର ଅନେକ ସିରିଜ ରହିଥିବାରୁ ସେ କିଛି ସମୟ ପରିବାର ସହ କଟାଇବା ନିମନ୍ତେ ଏହି ମେଗା ଇଭେଣ୍ଟରୁ ଓହରି ଯାଇଛନ୍ତି । ଏହାସହ ଆଗାମୀ ସିରିଜ ନିମନ୍ତେ ମଧ୍ୟ ଫିଟ ରହିବା ସହ ପ୍ରସ୍ତୁତି କରିବାକୁ ସେ ଓହରିଯାଇଥିବା କଥା କହିଛନ୍ତି ।  ଚଳିତ ବର୍ଷ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିବା ନିମନ୍ତେ ଏପ୍ରିଲ ୧ ତାରିଖରୁ ସେ ମୁମ୍ବାଇ ଯାତ୍ରା କରିଥାନ୍ତେ । ପୂର୍ବରୁ ଜୋଶ ଫିଲିଫେ ଏବଂ ମିଚେଲ ମାର୍ସ ଆହତ ହୋଇ ଆଇପିଏଲ ୨୦୨୧ ରୁ ବାଦ ପଡି ସାରିଛନ୍ତି ।