
ଭୁବନେଶ୍ୱର,୦୧/୦୪/୨୧ (ଜିଲ୍ଲା ଖବର) : ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର । ତତଲା କଡେଇରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ୱର । ଗତ 24 ଘଣ୍ଟାରେ 44 ଡିଗ୍ରୀ ଟପିଛି ତାପମାତ୍ରା । ସେହିପରି ରାଜ୍ୟର 16 ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ଼ କରାଯାଇଥିବା ବେଳେ 13 ଟି ସହରରେ 41 ଡିଗ୍ରୀ ଉପରେ ତାପମାତ୍ରା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 21 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ 10 ରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।


