ରାଜ୍ୟର ସର୍ବବୃହତ ଗାନ୍ଧୀଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତିର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

32

କଟକ,୦୧/୦୪/୨୧ (ଜିଲ୍ଲା ଖବର) : ଆଜି ଉତ୍କଳ ଦିବସ ଉପଲକ୍ଷେ ରାଜ୍ୟରେ ଲୋକାର୍ପଣ ହେବାକୁ ଯାଉଛି ଗାନ୍ଧିଜୀଙ୍କ ସର୍ବ ବୃହତ ବ୍ରୋଞ୍ଚ ପ୍ରତିମୂର୍ତ୍ତି । ମହାତ୍ମା ଗାନ୍ଧୀଙ୍କ କଟକ ଗସ୍ତ ସମୟରେ କାଠଯୋଡି ନଦୀପଠାରେ କରିଥିବା ବୈଠକର ପ୍ରତିଛବିକୁ ବ୍ରୋଞ୍ଜର ପ୍ରତିମୂର୍ତ୍ତିରେ ସ୍ଥାପିତ କରାଯାଇଛି । ଏହି ପ୍ରତିମୂର୍ତ୍ତିକୁ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାସହ କ୍ୟାଣ୍ଟନମେଣ୍ଟ ରୋଡଠାରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । 1921 ମସିହା ମାର୍ଚ୍ଚ 23ରେ କଟକର କାଠଯୋଡି ନଦୀପଠାରେ ଆୟୋଜନ ହୋଇଥିବା  ସଭାରେ ଯୋଗ ଦେଇଥିଲେ ଗାନ୍ଧିଜୀ । ସେହି ସମୟର ଏକ ଦୃଶ୍ୟପଟକୁ ନେଇ ତିଆରି ହୋଇଥିବା ଏହି ବିରାଟ ପ୍ରତିମୂର୍ତ୍ତି ନିଶ୍ଚିତରୂପେ କଟକକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ବେଲ ଭ୍ୟୁଠାରେ ନିର୍ମିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିର ଓସାର 25 ଫୁଟ ଓ ଉଚ୍ଚତା 12 ଫୁଟ । ଆଜି ମୁଖ୍ୟମନ୍ତ୍ରୀ ଦିନ 10ଟାରେ କଟକରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । କଡା ସୁରକ୍ଷା ପାଇଁ 15 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।